ବାରିପଦା : ସାରା ରାଜ୍ୟରେ କ୍ରୀଡାର ବିକାଶ ପାଇଁ ସରକାର ପ୍ରତ୍ୟେକ କ୍ରୀଡା ସଂଗଠନକୁ ମିଳୁଥିବା ଅନୁଦାନ ରାଶିରେ ବୃଦ୍ଧି କରିଛନ୍ତି । ୨୦ରୁ ଅଧିକ ବ୍ଲକ ଥିବା ଜିଲ୍ଲାକୁ ମିଳୁଥିବା ଅନୁଦାନ ରାଶି ୨ଲକ୍ଷରୁ ୪ଲକ୍ଷକୁ ବୃଦ୍ଧି କରିଛନ୍ତି । ସେହି କ୍ରମରେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନକୁ ମିଳୁଥିବା ଅନୁଦାନ ରାଶି ମଧ୍ୟ ୪ଲକ୍ଷକୁ ବୃଦ୍ଧି ପାଇଥିବାରୁ ଜିଲ୍ଲାର କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ରାଶିରେ ବର୍ଷତମାମ କ୍ରୀଡା ପ୍ରତିଯୋଗିତା, କୋଚିଂ କ୍ୟାମ୍ପ କରାଯିବା ସହ ଓ କ୍ରୀଡା ସାମଗ୍ରୀ ମଧ୍ୟ କ୍ରୟ କରାଯାଇପାରିବ । ଏହି ଖବର ପାଇ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିୟାନ୍, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଆର ଭିନୀଲ କ୍ରିଷ୍ଣନ, ଓଡିଶା ଏଥଲେଟିକ ଏସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରା, ଓଡିଶା କ୍ରିକେଟ ଏସୋସିଏସନ ସଭାପତି ପ୍ରଣବ ପ୍ରକାଶ ଦାସ ତଥା ସମ୍ପାଦକ ସଞ୍ଜୟ ବେହେରା ଏବଂ ଓଡିଶା ଅଲିମ୍ପିକ୍ ଏସୋସିଏସନର ସଭାପତି ଜଗମୋହନ ପଟ୍ଟନାୟକ ଓ ସମ୍ପାଦକ ଅଭିଜିତ ପାଲଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ।