ଆଠଗଡ ତା ୧୫-୩-୨୪ କୃଷି ସୂଚନା ପରାମର୍ଶ କେନ୍ଦ୍ର ଆଠଗଡର ଅଧକ୍ଷ ରବୀନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ ଆଠଗଡ଼ ସହର ସ୍ଥିତ ସୂର୍ଯ୍ୟ ଭବନ ଠାରେ କୃଷି କ୍ଷେତ୍ରରେ କୃଷକ ସାଥୀ ମାନଙ୍କ ଭୂମିକା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର କୃଷି ମନ୍ତ୍ରୀ ରେଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ଅଭିଭାଷଣରେ କହିଲେ କୃଷି ହେଉଛି ଓଡିଶା ଅର୍ଥ ନୀତିର ମାନଦଣ୍ଡ କୃଷି ହିଁ ସଭ୍ୟତା ମୂଳ ଦଣ୍ଡ । ଆଜିର ଚାଷୀଭାଇମାନେ ଯଦି ବୈଷୟକ ଜ୍ଞାନକୁ ଆହରଣ କରି ସମନ୍ୱିତ ଚାଷ କରିବେ କୃଷକର ଅର୍ଥନୀତି ମଜଭୂତ ହେଇପାରିବ। ବିଭାଗ ତରଫରୁ ବିଭିନ୍ନ ଚାଷ କରିବା ପାଇଁ ରିହାତି ର ବ୍ୟବସ୍ଥା ଅଛି। ଏହି ଆଲୋଚନା ଚକ୍ରରେ କୃଷକ ସାଥିମାନଙ୍କର ଥିବା ସମସ୍ୟା ଉପରେ ପ୍ରସ୍ତାବ ମାନ ଆଲୋଚିତ ହୋଇଥିଲା। କୃଷକ ସାଥିମାନଙ୍କୁ କୃଷି କର୍ମଚାରୀ ମାନ୍ୟତା କୃଷକ ସାଥି ମାନଙ୍କୁ କୃଷଳୀ ଶ୍ରମିକ ହାରରେ ଦରମା ପ୍ରଦାନ, ଭଲ କାମ କରୁଥିବା କୃଷକ ସାଥିମାନଙ୍କୁ ପଦୋନ୍ନତି, ଡ୍ରେସ କୋଡ଼, ପରିଚୟ ପ୍ରତ୍ର, ଇପିଫ, ଇଏସାସି ରେ ଅର୍ନ୍ତଭୁକ୍ତ କରାଯାଉ। କ୍ୟାଡର ଭିତ୍ତିରେ ସମସ୍ତ କାର୍ଯ୍ଯ କୃଷି ବିଭାଗରେ କରାଯାଉ। କୃଷି ବିଭାଗ ତରଫରୁ ଆସୁଥିବା ସମସ୍ତ କାର୍ଯ୍ଯକ୍ରମ ପଂଚାୟତରେ କୃଷକ ସାଥିମାନଙ୍କ ଜରିଆରେ କରାଯାଉ। ଏହି ଆଲୋଚନା ଚକ୍ରରେ କୃଷକ ସାଥିମାନଙ୍କର ପାଞ୍ଚଗୋଟି ପ୍ରସ୍ଥାବ ଉପରେ ଆଲୋଚନା କରାଯାଇଥିଲା। ଏଥିଲେ ବ୍ଲକ କୃଷି ଅଧିକାରୀ, ସମେତ ଦୁଇଗୋଟି ବ୍ଲକର ସମସ୍ତ କୃଷକ ସାଥି, ଆତ୍ମାର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ତିଗିରିଆରେ ବଳରାମ ଯୋଜନା ରେ ଅଧିକ ଗୋଷ୍ଟି କରିଥିବା ପାଞ୍ଚ ଜଣ କୃଷକ ସାଥିମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ । ଏହିଆଲୋଚନା ଚକ୍ର କୁ କୃଷକ ନେତା ନିରାକାର ଲେଙ୍କା ପରିଚାଳନା କରିଥିଲେ।
