Odisha news

ପରମହଂସ ପ୍ରଜ୍ଞାନାନନ୍ଦ ବାବାଙ୍କ ପଞ୍ଚସଖା ପୀଠ ପରିକ୍ରମା

0
ବାଲିପାଟଣା ତା ୧୨/୦୩ : ଆଜି ସକାଳେ ନେମାଳ ସ୍ଥିତ ଅଚ୍ୟୁତାନନ୍ଦ ଙ୍କ ପୀଠ ଠାରୁ କଟକ ଜଗତପୁର ସ୍ଥିତ କ୍ରୀୟାଯୋଗ ଆଶ୍ରମ ତରଫରୁ ପଞ୍ଚ ସଖାପୀଠ ପରିକ୍ରମା ଆରମ୍ଭ ହୋଇଛି।ସକାଳ ୬ ଟାରୁ ଏହା ଆରମ୍ଭ ହୋଇ ଅଚ୍ୟୁତାନନ୍ଦ ଦାସ ଙ୍କ ପୀଠରୁ ବାହାରି ଅଡଙ୍ଗ ଗଡ ସ୍ଥିତ ଯଶୋବନ୍ତ ଦାସ ଙ୍କ ପୀଠରେ ପହଞ୍ଚି ଥିଲେ।ସେଠାରେ ପୂଜାପାଠ କରିବା ପରେ ଶୋଭାଯାତ୍ରା ବାଲିପାଟଣା ଠାରେ ଶିଶୁ ଅନନ୍ତ ଙ୍କ ପୀଠରେ ପହଞ୍ଚି ଥିଲା।ଏଠାରେ ସାଧକ ଶିଶୁ ଅନନ୍ତ ଙ୍କ ପୀଠରେ ପହଞ୍ଚି ବାବା ପରମହଂସ  ପ୍ରଜ୍ଞାନାନନ୍ଦ ଆଶିର୍ବଚନ ଦେଇ, ଶିଶୁ ଅନନ୍ତ ଓ  ପଞ୍ଚ ସଖା, ସାଧନା ଦ୍ବାରା ସିଦ୍ଧି ଲାଭ କରି ସାହିତ୍ୟ ତଥା ଆଧ୍ୟାତ୍ମିକ ଜଗତକୁ ଯେଉଁ ଅଜସ୍ର ଅବଦାନ ଦେଇଛନ୍ତି, ତାର ବିଭିନ୍ନ ଦିଗ ବର୍ଣ୍ଣନା କରିଥିଲେ।ଏହି ପୀଠରେ ଭକ୍ତ ମାନଙ୍କର ମଧ୍ୟାହ୍ନ ଭୋଜନ ପରେ ବାବା ତାଙ୍କର ପାଞ୍ଚ ଶହ ରୁ ଅଧିକ ଅନୁଗାମୀଙ୍କୁ ସହିତ ଗୋପ ବେଗୁନିଆ ନିକଟସ୍ଥ ବଳରାମ ଙ୍କ ପୀଠ କୁ ଯାତ୍ରା  କରିଥିଲେ।ଏହାପରେ ପୁରୀସ୍ଥିତ ବଡ଼ ଓଡ଼ିଆ ମଠ ଠାରେ ଜଗନ୍ନାଥ ଦାସ ଙ୍କ ପୀଠ କୁ ଯାଇ ସେଠାରୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରି ପରିକ୍ରମା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଯେଉଁ ମହାନ୍ ପଞ୍ଚ ସଖା ମାନେ ଶ୍ରୀ ଜଗନ୍ନାଥ ଙ୍କ କୃପା ଲାଭ କରି ତାଙ୍କ ମହିମାର ପ୍ରଚାର ପ୍ରସାର ସହିତ ଓଡ଼ିଆ ସାହିତ୍ୟ ଜଗତ କୁ ଅଜସ୍ର ଅବଦାନ ଦେଇଛନ୍ତି, ସେମାନଙ୍କ ପୀଠର ଉନ୍ନତି ସହିତ ତାଙ୍କର ସ୍ମୃତି ରକ୍ଷା ପାଇଁ ସମଗ୍ର ଓଡ଼ିଆ ଜାତି ଏକମନ ଏକ ପ୍ରାଣରେ ପ୍ରଚେଷ୍ଟା କରିବା ଏହି ଯାତ୍ରାର ଉଦ୍ଦେଶ୍ୟ ରହିଛି।ପରିକ୍ରମା କାର୍ଯ୍ୟକ୍ରମରେ ବାବାଙ୍କ ସହିତ ସ୍ବାମୀ ସୁଧାନନ୍ଦ୍,ସ୍ବାମୀ ଆରୁପାନନ୍ଦ୍,ସ୍ବାମୀ ଆଖଣ୍ଡାନନ୍ଦ,ସ୍ବାମୀ ନିତ୍ୟ ପ୍ରେମାନନ୍ଦ,ସ୍ବାମୀ ପରିପୂରନାନନ୍ଦ୍,ସ୍ବାମୀ ବ୍ରହ୍ମଜ୍ଞାନାନନ୍ଦ ,ସ୍ବାମୀ ବିଜ୍ଞାନାନନ୍ଦ,ଓକିଲ ଶିଶିର ଦାସ,ସ୍ୱମିଗୀରିଯାନନ୍ଦ,ବାବା ହେମନ୍ତ ପରିଡ଼ା, ସ୍ବାମୀ ବ୍ରହ୍ମଜ୍ଞାନାନନ୍ଦ,ଓକିଲ ବିନୋଦ ସାହୁ ପ୍ରମୁଖ ଙ୍କ ସହିତ ୫ ଶହ ରୁ ଅଧିକ ଭକ୍ତ ଯାତ୍ରା କରି ଥିଲେ। ଶିଶୁ ଅନନ୍ତ ପୀଠ ଠାରେ ଦିଲ୍ଲିପ କୁମାର ଓଝା,ଓକିଲ ବିକାଶ ଓଝା,ତାନୟା ଦାସ ଗୋସ୍ୱାମୀ ପରିକ୍ରମା ଯାତ୍ରୀଙ୍କୁ ସ୍ଵାଗତ କରିଥିଲେ।
Govt
Leave A Reply