Odisha news

ଭିତ୍ତିପ୍ରସ୍ତର ବନାମ ମିଶ୍ରଣ ପର୍ବ     

0
ମୋରଡା  : ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ର ଦୁଇଟି ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ମୋରଡା ବିଧାୟକ ରାଜକିଶୋର ଦାସ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଉଦଘାଟନ କରିଥିଲେ l ପ୍ରଥମେ କୋହି ପଞ୍ଚାୟତ ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ମୋହନପୁର ଠାରୁ ଭୋଲଘାଟି ପର୍ଯ୍ୟନ୍ତ ଦୁଇକୋଟି ଟଙ୍କା ଅନୁଦାନରେ ରାସ୍ତାର ଉନ୍ନତି କରଣ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ଶ୍ରୀ ଦାସ l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ପିଥନାଥ ସରେନ,୩୯ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଝରଣା ମୁର୍ମୁ, କୋହି ସରପଞ୍ଚ ମାହି ମାଝୀ, ସାମ୍ବାଦିକ ଅରବିନ୍ଦ ତୁଙ୍ଗ ଉପସ୍ଥିତ ଥିଲେ l ପରେ ପରେ ଚିତ୍ରଡାସ୍ଥିତ ମାଉସୀମା ମନ୍ଦିର ନିକଟ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ଅନ୍ତର୍ଗତ କୁଡୁମୀ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଏକ ଶୋଭା ଆୟୋଜନ କରାଯାଇଥିଲା l ଉକ୍ତ ଶୋଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାସଂଦ ମମତା ମହାନ୍ତ, ସମ୍ମାନିତ ଅତିଥିଭାବେ ବିଧାୟକ ରାଜକିଶୋର ଦାସ, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ନାରୀନେତ୍ରୀ ପ୍ରୀତିନନ୍ଦା କାନୁନଗୋ, ବ୍ଲକ ଅଧକ୍ଷ ପିଥନାଥ ସୋରେନ, ଉପାଧକ୍ଷା ଜେମାମଣି ମହାନ୍ତ, ଜିଲ୍ଲାପରିଷଦ ସଭ୍ୟା ଝରଣା ମୁର୍ମୁ, ବିଜୁଜନତା ଦଳର ବ୍ଲକ କୋଡ଼ିନେଟର ମୀନକେତନ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଅତିଥି ମାନେ ଚିତ୍ରଡାରେ କୁଡୁମୀ ଭବନ ପ୍ରତିଷ୍ଠା ହେବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ l ପରେ ପରେ ମହାନ୍ତ କମ୍ୟୁନିଟିର ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହିତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ବରକନ୍ଦ ପଂଚାୟତର ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ରନାଥ ଗିରି ତାଙ୍କର  ୪୩ ଜଣ କର୍ମୀଙ୍କୁ ନେଇ ବିଜେଡିରେ ଆନୁଷ୍ଠାନିକ ଭାବେ ମିଶିଛନ୍ତି l ସେହିପରି ଦାନ୍ତିଆମୁହାଁ ପଂଚାୟତର ଚାରିଜଣ ବରିଷ୍ଠ କର୍ମୀ ମଧ୍ୟ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି l
Leave A Reply