Odisha news

ଗୁହାଳିଆ ଗ୍ରାମ ପିତାମ୍ବର ପ୍ରଧାନଙ୍କ ଘରୁ ସୁନାଗହଣା ଓ ଟଙ୍କା ଚୋରି

0

ଭଣ୍ଡାରିପୋଖରୀ,୧୦ା୩: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗ୍ରାମର ପିତାମ୍ବର ପ୍ରଧାନଙ୍କ ଘରୁ ଗତ ଶନିବାର ରାତ୍ରରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଓ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରମାନେ ଝରକା କବାଟ ଭାଙ୍ଗି ଓ ଗ୍ରୀଲ ତାଢ଼ି ଘର ଭିତରକୁ ପ୍ରବେଶ କରିଥିଲେ । ନଗଦ ଟଙ୍କା ଗହଣା ଭର୍ତ୍ତି ବାକ୍ସକୁ ଉଠାଇ ନେଇ କିଛି ଦୂର ବିଲରେ ସୁନା ହାର, ମଙ୍ଗଳସୂତ୍ର, କାନଫୁଲ, ମୁଦି ଆଦି ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ନେଇ ବାକ୍ସକୁ ଛାଡି ପଳାଇଥିଲେ । ସକାଳେ ପରିବାର ଲୋକେ ଉଠି ଖୋଜାଖୋଜି କରି ଭଙ୍ଗା ବାକ୍ସ ପଡିଥିବା ଦେଖିଥିଲେ । ପିତାମ୍ବର ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସନ୍ଧାନୀ କୁକୁର ଓ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ସହାୟତାରେ ଅନୁଧ୍ୟାନ କରି ତଦନ୍ତ ଚଳାଇଥିବା ଜଣାଯାଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି ।

Leave A Reply