ଛତ୍ରପୁର, ୮ /୦୩ : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ରେ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମନୋରଂଜନ ଦାଶଙ୍କ ପୈାରହିତ୍ୟରେ ଆନ୍ତର୍ଜାତିୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଏସଡିଜେଏମ ପ୍ରୀତିଶ କୁମାର ରଥ, ବିଡ଼ିଓ ସୁଶାନ୍ତ କୁମାର ବରାଳ, ସିଡିପିଓ ପ୍ରଣମିତା ପଣ୍ଡା, ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଓ ଆଇନ ସେବ କମିଟିର ସଭ୍ୟ ମନୋଜ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଏହି ଅବସର ରେ ମହିଳା ସମ୍ପର୍କିତ ବିଭିନ୍ନ ଆଇନ ଉପରେ ସଚେତନତା କରାଯାଇଥିଲା