Odisha news

ଶିଳ୍ପାନୁଷ୍ଠାନ ଗ୍ୟାସ ଛାଡିବା ଯୋଗୁ ଲୋକ ପ୍ରଭାବିତ

0
ବାଲିତୁଠ ୮/୩ଏରସମା ତହସିଲ ଅଧିନ ବାଲିତୁଠ ଅଞ୍ଚଳରେ ନିକଟ ଶିଳ୍ପାନୁଷ୍ଠାନ ରୁ ଛଡା ଯାଇଥିବା ଗ୍ୟାସ ରେ ଲୋକେ ହନ୍ତସନ୍ତ ।ସୂଚନା ଅନୁସାରେ ପୂର୍ବ ଉପକୂଳ ପାରାଦୀପ ରେ ଗଢି ଉଠିଥିବା  କେଉଁ ଏକ ଶିଳ୍ପାନୁଷ୍ଠାନ ରୁ ଗତ ଶୁକ୍ରବାର ଚାରିଟା ସମୟରେ  ଗନ୍ଧ ଯୁକ୍ତ ଗ୍ୟାସ ନିର୍ଗତ ହୋଇ ପାଖ ଆଖ ଅଞ୍ଚଳରେ ବ୍ୟାପି ଯାଇଥିଲା ।ଏହି ଦୁର୍ଗନ୍ଦ ଗ୍ୟାସ ଯୋଗୁ ଛୋଟ ପିଲା ,ବରିଷ୍ଠ ନାଗରିକ ଓ ରୋଗୀ ମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ।ବିଗତ ଦିନରେ ଏଭଳି ଗ୍ୟାସ ଶିଳ୍ପାନୁଷ୍ଠାନ ମାନେ ଛାଡିବା ନଜିର ରହିଛି ।ଉତ୍ତରା ପବନ ବହୁଥିବାରୁ ଏହି ଗ୍ୟାସ ପାରାଦୀପ ରୁ ଦିର୍ଘ ପଚାଶ କିଲୋମିଟର ଏରସମା ପର୍ଯ୍ୟନ୍ତ ଯାଇଥିବା ସୂଚନା ମିଳିଛି । ପାରାଦୀପ ରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ରୁ ଏଭଳି ଗ୍ୟାସ ନିର୍ଗତ ହେଉଥିବା ଅନୁମାନ କରାଯାଉଛି ।କେଉଁ ଶିଳ୍ପାନୁଷ୍ଠାନ ଏହି ଗ୍ୟାସ ଛାଡି ସାଧାରଣ ଲୋକ ମାନ ଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ କରୁଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ତଦନ୍ତ କରିବାର ଆବଶ୍ୟକତା ଅଛି ବୋଲି ସମାଜସେବୀ ତାମିଲ ପ୍ରଧାନ କହିଛନ୍ତି ।
Leave A Reply