Odisha news

ନନ୍ଦନକାନନ ରେ ପଡିଛି ସନିଦଶା ଗୋଟିଏ ଦିନରେ ୩ ମୃତ, ଚିନ୍ତାରେ କର୍ତ୍ତୁପକ୍ଷ

0
ବାରଙ୍ଗ: ଶୁକ୍ରବାର ଦିନ ନନ୍ଦନକାନନ ରେ ପଡିଛି ଚଡ଼କ । ଗୋଟିଏ ଦିନରେ ୩ ଟି ବିରଳ ଜନ୍ତୁ ମୃତ୍ୟୁ ବରଣ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୁପକ୍ଷ । ଅନ୍ୟପଟେ ପ୍ରାଣୀ ଉଦ୍ୟାନ ରେ କର୍ତ୍ତୁପକ୍ଷ ଙ୍କ ଖାମ୍ ଖିଆଲି ମନୋଭାବ , ଚିକିତ୍ସା ଓ ରକ୍ଷଣା ବେକ୍ଷଣ ଅଭାବ ପାଇଁ ପାଟି ଫିଟୁ ନଥିବା ନିରୀହ ଜନ୍ତୁ ଙ୍କ ମୃତ୍ୟୁ ଘଟୁଛି ବୋଲି ପଶୁପ୍ରେମୀମାନେ ପ୍ରଶ୍ନଉଠାଛନ୍ତି। ପ୍ରଶ୍ନ ଉଠାଇବା ବି ସ୍ଵାଭାବିକ, କାରଣ ଜନ୍ତୁ ବିଭାଗ ଅଧିକାରୀ ଠିକାଦାର କାମରେ ନ୍ୟସ୍ତ ରହୁଥିବା ବେଳେ ଜୀବଜନ୍ତୁ ଯତ୍ନ ଠିକ୍ ସେ ନେଉ ନାହାନ୍ତି ଯାହାଫଳରେ ଗୋଟିଏ ପରେ ଗୋଟିଏ ଜୀବଜନ୍ତୁ ଅକାଳ ରେ ମୃତ୍ୟୁ ବରଣ କରୁଛନ୍ତି  । ଯାହାର ନଗ୍ନ ଉଦାହରଣ ଶୁକ୍ରବାର ଦିନ ଦେଖିବାକୁ ମିଳିଛି ବୋଲି ବୃଦ୍ଧିଯିବି ମହଲରେ ପ୍ରଶ୍ନ ଉଁକି ମାରିଛି । ସୂଚନା ମୁତାବକ ପ୍ରାଣୀ ଉଦ୍ୟାନ ର ୬୫ ଖୁଆଡ ରେ ରହୁଥିବା ନିଲଗାଇ ଖାଦ୍ୟ ଅଭାବ କାରଣ ରୁ ଦୁଇଟି ଅଣ୍ଡିରା ନିଲଗାଇ ମାରପିଟ୍ ହୋଇଥିଲେ । ଏଥିରେ ଗୋଟିଏ ଅଣ୍ଡିରା ନିଲାଗାଇ ଖଣ୍ଡିଆ ଖାବରା ହୋଇ ଅସୁସ୍ଥ ହୋଇଥିଲା । ଏହି ନୀଳଗାଈ ର ଚିକିତ୍ସା କରାଯାଇଥିଲା କିନ୍ତୁ ସୁସ୍ଥ ହେବା ପରିବର୍ତ୍ତେ ଶୁକ୍ରବାର ସକାଳେ ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବ୍ୟଵଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ସେହିପରି
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୯ ନମ୍ବର ଖୁଆଡ଼ରେ ଗତ ସୋମବାର ଦିନ  ନୀଳଗାଈ ଗୋଟିଏ ଶାବକ ଜନ୍ମ ଦେଇଥିଲା । ଯାହାକୁ ନେଇ କର୍ମଚାରୀ ଖୁସି ପ୍ରକଟ କରିଥିଲେ । ମା’ ତାର ଶାବକ କୁ ଗ୍ରହଣ କରିନଥିଲା । ଯାହାକୁ ନେଇ କର୍ତ୍ତୁପକ୍ଷ ଛୁଆଟିକୁ ପ୍ରାଣୀ ଉଦ୍ୟାନ ର ଲାଳନପାଳନ କେନ୍ଦ୍ରରେ ଛଡ଼ାଯାଇ ଡାକ୍ତରଙ୍କ ନଜର ରେ ରହିଥିଲା ହେଲେ ଜନ୍ମ ହେବାର ସପ୍ତାହ ନପୁରୁଣୁ ଆଜି ଏହି ଛୁଆ ନୀଳଗାଈ ର ମୃତ୍ୟୁ ହୋଇଛି।  ସେହିପରି ୬୬ନମ୍ୱର ଖୁଆଡ ରେ ରହୁଥିବା ହଗ୍  ଡିୟର ର ମଧ୍ୟ ଶୁକ୍ରବାର ଦିନ ମୃତ୍ୟୁ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ଗୋଟିଏ ଦିନରେ ୩ ଟି ଜନ୍ତୁ ମୃତ୍ୟୁ ବରଣ କରିବା ଜନ୍ତୁ ବିଭାଗ ଅଧିକାରୀ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Leave A Reply