Odisha news

ଇନ୍ଦିରା ମିସକିନ୍ ପୀରବାବାଙ୍କ ୫୮ତମ ବାର୍ଷିକ ଉତ୍ସବ ପାଳିତ

0

ତିହିଡି, ୦୮/୦୩(ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ସିନେ୍ଦାଳ ପଞ୍ଚାୟତ ଇନ୍ଦିରା ଗାଁର ମିସକିନ୍ ପୀରବାବାଙ୍କ ୫୮ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଗୁରୁବାର ପୂର୍ବାହ୍ନରେ ମୌଲାନା ସେକ୍ ଗଫୁର ପୂଜାର୍ଚ୍ଚନା କରିବା ପରେ ଦିନତମାମ ଭକ୍ତଙ୍କ ସମାଗମ ହୋଇଥିଲା । ମିସକିନ୍ ପୀରବାବାଙ୍କ ମହିମା ଅନେକ, ଯିଏ ଯାହା ମାଗିଥାଏ ତାହା ମିଳିଥାଏ ବୋଲି ଏବେବୁ ବିଶ୍ୱାସ ରହିଛି ଏବଂ ଏହି ବିଶ୍ୱାସକୁ ଆଧାର କରି ବାର୍ଷିକ ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥାଏ । ମିସକିନ୍ ପୀରବାବାଙ୍କ ପୀଠରେ ମୁସଲମାନ ଭାଇଭଉଣୀଙ୍କ ସମେତ ହିନ୍ଦୁ ସଂପ୍ରଦାୟର ଲୋକମାନେ ମଧ୍ୟ ଯୋଗ ଦେଇଥାନ୍ତି । ସଂଧ୍ୟାରେ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ମିସକିନ୍ ପୀରବାବାଙ୍କ ଉପରେ ·ଦର ଚଢାଇ ଆଶୀର୍ବାଦ ଭିକ୍ଷା କରିଥିଲେ । କମିଟି ପକ୍ଷରୁ ଆୟୋଜିତ ଆକର୍ଷଣୀୟ କବାଲୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଶ୍ରୀ ରାଉତରାୟ ଆୟୋଜକ କମିଟିକୁ ଉତ୍ସାହିତ କରିବା ସହିତ ପୀଠର ଉନ୍ନତିକରଣ ଲାଗି ବିଭିନ୍ନ ସମୟରେ ସରକାରୀ ସ୍ତରରେ ଅନୁଦାନ ପ୍ରଦାନ କରାଯାଉଛି ଏବଂ ଆବଶ୍ୟକ ପଡିଲେ ଆଗକୁ କରାଯିବ ବୋଲି କହିଥିଲେ । ପଞ୍ଚାୟତବାସୀଙ୍କ ଅନୁରୋଧକ୍ରମେ ବିଧାୟକ ଏକ ସୁମଧୂର ହିନ୍ଦି ଗୀତ “ ମେଁ ସାୟରୀ ତୋ ନେହିଁ, ମଗର ଏ ହସି, ଜବସେ ଦେଖା ମୈନେ ତୁଝୁକୋ, ସାୟରୀ ଆଗୟି” ଗାନ୍ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ବିଧାୟକଙ୍କ ସହ ସମ୍ମାନୀତ ଅତିଥିଭାବେ ବିଜେଡି ବ୍ଲକ କାର୍ଯ୍ୟକାରୀ ସଭାପତି ବିଜୟ ନାୟକ, ସମିତି ସଭ୍ୟ ନକୁଳ ଚରଣ ବାରିକ, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ମଙ୍ଗଳପୁର ସେବା ସମବାୟ ସମିତିର ସଭାପତି ନିତ୍ୟାନନ୍ଦ ବେହେରା, ପୂର୍ବତନ ସଭାପତି ପ୍ରବୀର ନାୟକ, ପ୍ରଦୀପ ଦାସ, ଅନିରୁଦ୍ଧ ବାରିକ ଓ ଅରୁଣ ବାରିକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କମିଟିର ସଭାପତି ତମଜୁଲ ସାହା, ସମ୍ପାଦକ ସେକ୍ ନସିମ୍, ଆଲ୍ଲାଉଦ୍ଦିନ ଖାଁ, ସମରୁଲ ହୋଦା, କାଙ୍ଗାଳି ସାହା, ସେକ୍ ମୁସ୍ତାଫା, ସେକ୍ ତାଜ ମହମ୍ମଦ, ସେକ୍ ତାହେଲି ଖାଁ, ସୟଦ୍ କାଲା, ସୟଦ୍ ଭାଲୁ, ଆଇମଦ୍ ଖାଁ ଓ ସେକ୍ ଇଲିଆସ ପ୍ରମୁଖ ପରି·ଳନା କରିଥିଲେ । ଉତ୍ତର ପ୍ରଦେଶ ଓ ଦିଲ୍ଲୀରୁ ଦୁଇ କବାଲୀ ଦଳଙ୍କ କାର୍ଯ୍ୟକ୍ରମରେ ଶହସ୍ରାଧିକ ସ୍ଥାନୀୟ ବାସିନ୍ଦା ଭରପୁର ମଜା ଉଠାଇଥିଲେ ।

Leave A Reply