ବ୍ରହ୍ମପୁର, ଫେବ୍ରୁଆରି ୨୪, ୨୦୨୪: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଆୟୋଜିତ ଦୁଇଦିନିଆ ‘ଉଡାଣ ୨୦୨୪’ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ କୃଷକ ଓ ବୈଜ୍ଞାନିକମାନେ ଏକତ୍ରୀତ ହୋଇ ଦୀର୍ଘସ୍ଥାୟୀ ଜଳବାୟୁ କୃଷିରେ ନବସୃଜନତା ଉପରେ ଆଲୋଚନା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚ-ସେଂଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଓମେନ୍ ଇନ୍ ଏଗ୍ରିକଲ୍ଚର୍ (ଆଇସିଏଆର୍-ସିଆଇଡବ୍ଲୁଏ), ଭୁବନେଶ୍ୱରର ଏଗ୍ରିକଲ୍ଚର୍ ଟେକ୍ନୋଲୋଜି ଫର୍ ଓମେନ୍ ଡିଭିଜନ୍ର ମୁଖ୍ୟ ଡକ୍ଟର ସୁକାନ୍ତ କୁମାର ଷଡ଼ଙ୍ଗୀ; ଇଣ୍ଡିଆନ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚ-ସେଂଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଓମେନ୍ ଇନ୍ ଏଗ୍ରିକଲ୍ଚର୍ (ଆଇସିଏଆର୍-ସିଆଇଡବ୍ଲୁଏ), ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକ ଡକ୍ଟର ବିଶ୍ୱନାଥ ସାହୁ ଓ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ର ବୈଜ୍ଞାନିକ ଡକ୍ଟର ସିଦ୍ଧାର୍ଥ ଶଙ୍କର ଦାସ ବ୍ଲକ୍ କୃଷି ଅଧିକାରୀ, ବ୍ରହ୍ମପୁର ଅଜିତ କୁମାର ପାଣିଗ୍ରାହୀ ଓ ସହକାରୀ ଉଦ୍ୟାନ କୃଷି ଅଧିକାରୀ (ଏଏଚ୍ଓ) ରାକେଶ ରୋଶନ ବେହେରାଙ୍କ ଦ୍ୱାରା ଅଧିବେଶନ ଗୁଡ଼ିକ ଆୟୋଜିତ ହୋଇଥିଲା ।
ଚଳିତ ବର୍ଷ ଏହି କାର୍ଯକ୍ରମରେ, କାହାଣୀ ବର୍ଣ୍ଣନା କରାଯିବା ସହିତ ବିପର୍ଯ୍ୟୟ ବିପତ୍ତି ହ୍ରାସ ଜରିଆରେ ଦୀର୍ଘସ୍ଥାୟୀ ଜଳବାୟୁର ଏକ ସଂସ୍କୃତିକୁ ସୁଦୃଢ଼ କରିବା ଉପରେ ଆଲୋକପାତ କରଯାଇଥିଲା । ଏହି ଅବସରରେ ଅନେକ ସଫଳ କୃଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
*ଟିଏସ୍ଏଫ୍ ଗୋପାଳପୁରର ମୁଖ୍ୟ ରକି ମାର୍ଟିନ୍ କହିଛନ୍ତି ଯେ “ଗୋପାଳପୁରର ପାରିପାର୍ଶ୍ୱିକ ଅଞ୍ଚଳରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ଜରିଆରେ ଦୀର୍ଘସ୍ଥାୟୀ ଜଳବାୟୁର ଏକ ସଂସ୍କୃତି ବିକାଶ କରିବା ଫାଉଣ୍ଡେସନର ବିଶେଷ ଧ୍ୟାନ ରହିବ । ସେହିପରି, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମାନ ଚିନ୍ତାଧାରା ସହିତ ବିଭିନ୍ନ ହିତାଧିକାରୀଙ୍କ ସହ ଆମେ ଜଡିତ ରହିବୁ ।’’*
ମହିଳାଙ୍କ ଦ୍ୱାରା ଦୁଗ୍ଧ ଚାଷ, ଉଦ୍ୟୋଗ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସମ୍ପର୍କିତ ଅନ୍ୟାନ୍ୟ ଅଧିବେଶନଗୁଡ଼ିକ ଓମ୍ଫେଡ୍ ଟ୍ରେନିଂ ଆଣ୍ଡ୍ ଡେମନଷ୍ଟ୍ରେସନ ସେଂଟର (ଓଏମ୍ଟିଡିସି)ର ପ୍ରବନ୍ଧକ ହରପ୍ରୀୟା ଦାସ ଓ ଦି ଗ୍ରେଟର ଗଂଜାମ ଗଜପତି କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ୟୁନିୟନ ଲିମିଟେଡ୍ (ଜିଜିଜିଏମୟୁ)ର ମହାପ୍ରବନ୍ଧକ ପ୍ରିୟବ୍ରତ ତାରିଅଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା ।
୨୦୨୪ ଫେବ୍ରୁଆରି ୨୩ରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ଅର୍ଥନୈତିକ ସ୍ତରରେ ପଛୁଆ ଏସ୍ସି/ ଏସ୍ଟି ପରିବାରର ୫୪୪ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଇଥିଲା । ପାରିପାଶ୍ୱିର୍କ ଗ୍ରାମର ମହିଳା ଏସ୍ଏଚ୍ଜି ଓ କିଶୋରୀଙ୍କୁ ନେଇ ଦୀର୍ଘସ୍ଥାୟୀ ଜଳବାୟୁ ଉପରେ ଆଲୋଚନା ହୋଇଥିଲା ।