Odisha news

ଯଦି ମସ୍ତିଷ୍କ କୁ ରଖିବାକୁ ଚାହୁଁଛନ୍ତି ସମ୍ପୂର୍ଣ୍ଣ ଷ୍ଟ୍ରେସ ଫ୍ରୀ ତେବେ ଏହି ୧୦ ଟି କଥାକୁ ନିହାତି ଦିଅନ୍ତୁ ଧ୍ୟାନ

0

ଆଜିକାଲି ର ଯୁବପିଢ଼ି ଖୁବ ନିଜ ବ୍ୟକ୍ତିଗତ ଜୀବନ ଓ କାର୍ଯ୍ୟରତ ଜୀବନ କୁ ନେଇ ଖୁବ ଶୀଘ୍ର ମାନସିକ ଚାପ ର ଶିକାର ହୋଇଯାଉ ଛନ୍ତି l ଯାହାକି ସେମାନଙ୍କ ଜୀବନ ଉପରେ ଖୁବ ନକାରାତ୍ମକ ପ୍ରଭାବ ପକାଉଛି l ଯେଉଁ କାରଣରୁ ଖୁବ କମ ବୟସ ରୁ ମଧୁମେହ , ଉଚ୍ଚ ରକ୍ତଚାପ, ଇତ୍ୟାଦି ର ଶିକାର ହେଉଛନ୍ତି l ଏବଂ ଅନେକ ଗୁଡିଏ ମାରାତ୍ମକ ରୋଗ ଆଡକୁ ଟାଣି ହୋଇ ଯାଉଛନ୍ତି l ତେବେ ଆଜି ଆସନ୍ତୁ ଜାଣିବା ଏହି ଷ୍ଟ୍ରେସ ବା ଟେନସନ ରୁ ନିଜକୁ କିପରି ଦୂରେଇ ରଖିବା l

* ସର୍ବ ପ୍ରଥମେ ଆପଣ ନିଜ ବ୍ୟକ୍ତିଗତ ଜୀବନ କୁ ନିଜ ଅଫିସ ଠାରୁ ଦୂରେଇ ରଖନ୍ତୁ l ଦୁଇଟି କୁ ଯଦି ଏକା ସଙ୍ଗରେ ନେଇ ଚାଲିବେ ତେବେ ଅଧିକ ଷ୍ଟ୍ରେସ ର କାରଣ ଏହା ହୋଇପାରେ l
* ପ୍ରତିଦିନ ବ୍ୟାୟାମ କରିବା ସହିତ କିଛିଟା ଫିଜିକାଲ ଆକ୍ଟିଭିଟି କରନ୍ତୁ l ଯାହାକି ଆପଣଙ୍କ ଶରୀର ରେ ହାପି ହରମନ୍ସ କ୍ରିଏଟ କରିବ ଓ ଷ୍ଟ୍ରେସ ହ୍ରାସ କରିବ l
* * ପ୍ରତିଦିନ ସ୍ୱାସ୍ଥ୍ୟକର ଭୋଜାନ କରନ୍ତୁ ଯାହାକି ଆପଣଙ୍କ ଶରୀରରେ ଉପଯୁକ୍ତ ପୋଷାକ ତତ୍ୱ ଦେବ ଓ ମନକୁ ପ୍ରଫୁଲ୍ଲୀତ ରଖିବ l ଏବଂ ଷ୍ଟ୍ରେସ ଲେବୁଲ କମ କରିବ l

* ପ୍ରତ୍ୟେକ ବ୍ୟକ୍ତି ଷ୍ଟ୍ରେସ ସମୟ ରେ ଏକାକୀ ରହିବାକୁ ପସନ୍ଦ କରି ଥାଆନ୍ତି l କିନ୍ତୁ ଷ୍ଟ୍ରେସ ସମୟ ରେ ସାଙ୍ଗ ସାଥି ଓ ପ୍ରିୟଜନ ଙ୍କ ର ନିକଟତର ହୁଅନ୍ତୁ l

* ପ୍ରାଣାୟମ ଓ ଧ୍ୟାନ ମଣିଷ ର ଜୀବନ ରେ ସକାରାତ୍ମକ ଭାବନା ଭରିଥାଏ ଓ ଚିନ୍ତା କୁ ଦୂର କରିବାରେ ସାହାଯ୍ୟ କରିଥାଏ l

* ଯେତେବେଳେ ମଣିଷ ନିଦ୍ରା ହୀନତା ର ଶିକାର ହୋଇଥାଏ ସେତେବେଳେ ତାର ଷ୍ଟ୍ରେସ ଲେବୁଲ ବୃଦ୍ଧି ହୋଇଥାଏ l ତେଣୁ ଷ୍ଟ୍ରେସ କୁ ଦୂର କରିବା ପାଇଁ ଉଚିତ ମାତ୍ରାରେ ଶୋଇବା ଜରୁରୀ l

* କାର୍ଯ୍ୟ ବହୁଳ ଜୀବନ ମଧ୍ୟରେ ନିଜକୁ ସାମାନ୍ୟ ଖୁସି ଦେବା ପାଇଁ ନିଜ କାର୍ଯ୍ୟ ରୁ ବ୍ରେକ ନିଅନ୍ତୁ l ଏବଂ କୌଣସି ସୁନ୍ଦର ସ୍ଥାନକୁ ମନ ପରିବର୍ତନ ପାଇଁ ବୁଲି ଯାଆନ୍ତୁ l

* ଯେଉଁ କାମ କରିବାକୁ ଆପଣଙ୍କୁ ଠିକ ଲାଗୁଛି ତାହା ହିଁ କରନ୍ତୁ l କାହିଁକି ନା ବେଳେବେଳେ ଖୁବ ଛୋଟ ଛୋଟ କାମ ମଧ୍ୟ ଖୁସି ଦେଇଥାଏ l

* ନିୟମିତ ନିଜକୁ ଖୁସି ଶାନ୍ତ ରଖିବା ପାଇଁ କିଛି ସୁନ୍ଦର ସଂଗୀତ ଶୁଣନ୍ତୁ l ଏହା ଷ୍ଟ୍ରେସ ଲେବୁଲ କୁ ହ୍ରାସ କରିବ l

* ଯଦି ଷ୍ଟ୍ରେସ ଲେବୁଲ କୁ କମ କରିବା ପାଇଁ ଚାହୁଁଛନ୍ତି ତେବେ କାଉନ ସେଲର ଙ୍କ ସହାୟତ ନିଅନ୍ତୁ l

Leave A Reply