Odisha news

ଭିତରକନିକା ଜାତୀୟ ଉଦ୍ୟାନରୁ ହରିଣ ଶିକାର , ମାଂସ ଜବତ , ଶିକାରୀ ଗିରଫ

0
ରାଜନଗର ୧୯ /୨ :  ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ବେଧଡକ ଭାବେ ଶିକାର ହେଉଛି | ଚଳିତ ମାସ ୪ ତାରିଖ ଦିନ ହରିଣ ଶିକାର କରି ତାକୁ ଭୋଜି କରିବାକୁ କଣ୍ଟାବଣ ନେଉଥିବା ବେଳେ ବନ ବିଭାଗ ଟିମ ଶିକାରୀକୁ ମାଡି ବସିବା ସହିତ ହରିଣ ମାଂସ ଜବତ କରିଥିଲେ |      ଗତକାଲି ରାତିରେ ଜାତୀୟ ଉଦ୍ୟାନ ମଧ୍ୟରୁ ହରିଣ ମାଂସ ଜବତ କରାଯିବା ସହିତ ଶିକାରୀକୁ ଗିରଫ କରାଯାଇଛି |ଗତକାଲି ରାତ୍ରି ପାଟ୍ରୋଲିଙ୍ଗ ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅତିରିକ୍ତ ବନ ସଂରକ୍ଷକ ମାନସ କୁମାର ଦାସଙ୍କ ନେତୃତ୍ବରେ ଫରେଷ୍ଟର  ଲକ୍ଷ୍ମୀଧର ବାରିକ ,ଗୋରାଚାନ୍ଦ୍ ସିଂ , ସତିଶ୍ ଲାକ୍ରା ଜାତୀୟ ଉଦ୍ୟାନ ମଧ୍ୟସ୍ତ୍ କଣ୍ଟିଆଖାଇ ସଂରକ୍ଷିତ ଜଙ୍ଗଲରେ ହରିଣ ଶିକାର କରି ତାକୁ କଟୁଥିବା ବେଳେ ବନ ବିଭାଗ ଟିମ ମାଡି ବସିଥିଲେ | ସୈଳେନ୍ଦ୍ରସରାଇ ଗାଁର ସୁରେନ୍ଦ୍ର ଦାସକୁ ଘଟଣା ସ୍ତଳରୁ ୧୨ କେଜି ଓଜନର ହରିଣ ମାଂସ ଜବତ କରାଯିବା ସହିତ ସେହି ସ୍ଥାନରୁ ୪ ଗୋଟି ଫାସ, ଗୋଟିଏ କଟୁରୀ, ଗୋଟିଏ କୁରାଢି ଜବତ କରିଥିଲେ। ଅଧିକାପଚରା ଉଚରା ପରେ ସେ ନିଜେ ଦୁଇ ଦିନ ତଳେ ହରିଣ ଶିକାର କରିବା ପାଇଁ ଜଙ୍ଗଲରେ ଫାସ ବସେଇଥିଲା ଏବଂ ହରିଣ ଫାଶରେ ପଡ଼ିବା ପରେ ତାକୁ ଜଙ୍ଗଲ ମଧ୍ୟରେ କାଟି ମାଂସକୁ ଖାଇବା ଓ ବିକ୍ରି ପାଇଁ ନେଇଥାନ୍ତା,ମାତ୍ର ମାଂସ ବାହାରକୁ ପଠେଇବା ପୂର୍ବରୁ ବନ ବିଭାଗ ଟିମ ହାତରେ ଧରାପଡିଛି |ଅଭିଯୁକ୍ତ କୁ ଓଡ଼ିଶା ବନ୍ୟପ୍ରାଣୀ ଆଇନ ୧୯୭୨ ଅନୁସାରେ ସେକ୍ସନ -୯, ୨୭, ୨୯ ଏବଂ ୩୫(୬) ଦଫାରେ କୋର୍ଟ ଚାଲାଣ କରାଯାଇଛି।
Nalco
Leave A Reply