ଗଞ୍ଜାମ :17,2 , ଗଞ୍ଜାମ ବ୍ଲକ ସନ୍ତୋଷପୁର ମଣ୍ଡଳ ଅନ୍ତର୍ଗତ ମଲାଡ ପଞ୍ଚାୟତର ମଲାଡ ଶ୍ରୀବଣା ,ବାହାଲପୁର ଗ୍ରାମରେ ଘରକୁ ଘର ଯାଇ ମୋଦି ଗ୍ୟାରେଣ୍ଟି ପ୍ରଚାର କରାଯାଇଛି l ପ୍ରଧାନମନ୍ତ୍ରୀ ଙ୍କ ଲିଫଲେଟ ବାଣ୍ଟିବା ସହ ମୋଦି କ୍ୟାଲେଣ୍ଡର ବାଣ୍ଟିବା ସହ ମୋଦିଜୀଙ୍କର ବିଭିନ୍ନ ଯୋଜନା ବିଷୟରେ ଦଳୀୟ ନେତା ଓ କର୍ମୀ ଲୋକଙ୍କୁ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର କର, ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ଜିଲ୍ଲା ସଭାପତି କିର୍ତ୍ତନ ଦାସ, ସନ୍ତୋଷପୁର ମଣ୍ଡଳ ସଭାପତି ସନ୍ତୋଷ ନାହାକ, ଯୁବନେତା ଟୁକୁନା ସାହୁ, ମତ୍ସ୍ୟଜୀବି ନେତା ଭୀମସେନ ବେହେରା, ଯୁବନେତା ବିକ୍ରମ କୁମାର ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ନାଥ ସାହୁ, ବରିଷ୍ଠ ନେତା କିର୍ତ୍ତନ ପରିଡ଼ା,ଏନ .ନାଗେଶ ,ମଲାଡ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ନାହାକ, ମହେଶ୍ଵର ଦାସ,ହରିହର ବେହେରା,ଆର .କିଷ୍ଣା, ଦୁର୍ଲଭ, ଗୋବିନ୍ଦ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ଵରେ ଥିବା ବିସ୍ତାରକ ଆଲୋକ ମହାନ୍ତି ଅନର୍ଗଳ ପ୍ରବଚନ ସହ ମୋଦିଜୀଙ୍କର ଯୋଜନା ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ।