Odisha news

ସତ୍ୟବାଦୀ ବ୍ଲକରୁ ୧୫୭ ଛାତ୍ରଛାତ୍ରୀ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

0
ସାକ୍ଷୀଗୋପାଳ :   ଶିକ୍ଷା ବର୍ଷ ମାଟ୍ରିକ ପରୀକ୍ଷାରେ ସତ୍ୟବାଦୀ ବ୍ଲକ ସ୍ତରରୁ ଏକାଡେମୀକ ସ୍ତରରେ  ୧୦୧,  ଓ ବେଷ୍ଟ ଲିଡରସିପ ଭାବେ ୪୮ , ଏକାଡେମୀକ  ଜିଲ୍ଲା ସ୍ତରରୁ ୮  ଜଣ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ବ୍ୟତୀତ ସତ୍ୟବାଦୀର ତିନୋଟି ହାଇସ୍କୁଲ ଯଥା ବଳପୁର ହାଇସ୍କୁଲ  , ଜାଗେଶ୍ୱରୀ ବିଦ୍ୟାପୀଠ ଓ ବିରଗୋବିନ୍ଦପୁର ହାଇସ୍କୁଲ ସମେତ ତିନୋଟି ପ୍ରାଥମିକ ବିଦ୍ୟାଳୟ ଯଥା ପରାହାଟ ପ୍ରାଥମିକ ବିଦ୍ୟାଳୟ  ,ନହଳା ପ୍ରାଥମିକ ଓ ପୁରୁଣା   ସୋମେଶ୍ୱର ପୁର ଉଚ୍ଚ  ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କାର ଦିଆଯିବ  । ସତ୍ୟବାଦୀ ହାଇ ସ୍କୁଲର ଶିକ୍ଷୟତ୍ରୀ ତପସ୍ୱିନୀ  ତ୍ରିପାଠୀ , ଭଲ ଆଲୁମୁନି କମିଟି ଭାବେ ତୃତୀୟା ଦେଵ ହାଇସ୍କୁଲ  ଆଲୁମୁନି କମିଟି ଓ ଭଲ ଅଭିଭାବକ କମିଟି ଭାବେ ବଳପୁର ହାଇସ୍କୁଲ ଅଭିଭାବକ କମିଟି  ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଏଥିପାଇଁ ସତ୍ୟବାଦୀ ବ୍ଲକ ଶିକ୍ଷା ଅଧିକାରୀ ଭବମ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆସନ୍ତା କାଲି ଅର୍ଥାତ  ରବିବାର ଦିନ  ସତ୍ୟବାଦୀ ହାଇସ୍କୁଲରୁ ୪ ଗୋଟି ବସ ଦ୍ୱାରା ଛାତ୍ର ଛାତ୍ରୀ ପୁରୀ ଭୋଳନାଥ ବିଦ୍ୟାପୀଠକୁ ସକାଳ ୮ ଘଟିକା ସମୟରେ  ଯିବେ । ଛାତ୍ରଛାତ୍ରୀ ଙ୍କୁ ଶୃଙ୍ଖଳିତ ଭାବରେ  ନେବା ଆଣିବା ପାଇଁ ଗାଇଡ ଶିକ୍ଷକଙ୍କ ସହ  ପ୍ରଧାନ ଶିକ୍ଷକ ଓ ପ୍ରଧାନ  ଶିକ୍ଷୟତ୍ରୀ ଯିବେ । ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ ସମସ୍ତଙ୍କୁ ଶୁଭେତ୍ସା  ଜଣାଇଛନ୍ତି l
Leave A Reply