Odisha news

ବୁଗୁଡ଼ା ମଦନମୋହନ ଛକରେ ସ୍ଥାପିତ ଆକର୍ଷଣୀୟ କ୍ଲକ୍ ଟାଓ୍ବାର ଲୋକାର୍ପିତ 

0
ବୁଗୁଡ଼ା : ତା ୦୨/୦୨/୨୪ :  ବୁଗୁଡ଼ା ଏନ୍‌ଏସି ଓ୍ବାର୍ଡ ନଂ-୭ ଅନ୍ତର୍ଗତ ମଦନ ମୋହନ ଛକରେ ସ୍ଥାପିତ ସୁଉଚ୍ଚ ଆକର୍ଷଣୀୟ କ୍ଲକ୍ ଟାଓ୍ବାର ଲୋକାର୍ପିତ ହୋଇଯାଇଛି । କାଉନସିଲର ଆଶୁତୋଷ ବଢେଇଙ୍କ ପ୍ରସ୍ତାବ କ୍ରମେ ମୁକ୍ତା ଅନୁଦାନରେ ନିର୍ମିତ ଉକ୍ତ କ୍ଲକ୍ ଟାଓ୍ବାରକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିବା ସହ ଏହାର ନିମ୍ନ ଭାଗରେ ସ୍ଥାପିତ ମଦନ ମୋହନ ପାଣିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ପ୍ରଣାମ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀଙ୍କ ସମେତ ଅନ୍ୟାନ୍ୟ କାଉନସିଲର , ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଗଣ ଏବଂ ସହରବାସୀ ଉପସ୍ଥିତ ରହିଥିଲେ । ଉଦଘାଟିତ କ୍ଲକ୍ ଟାଓ୍ବାରଟି  ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥିବା ସାଙ୍ଗକୁ ରାତ୍ର କାଳରେ ନାନା ରଙ୍ଗବେରଙ୍ଗ ଆଲୋକରେ ଝଲସି ଉଠି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଜଣାଯାଇଛି ।
Leave A Reply