ବାଲିପାଟଣା୧/୨୪ : ବାଲିପାଟଣା ବ୍ଲକର ବହୁ ପ୍ରତୀକ୍ଷିତ ତିନୋଟି ରାସ୍ତାର ଭିତ୍ତି ପ୍ରସ୍ତର ହୋଇଛି।ଜୟଦେବ ବିଧାୟକ ଡ.ଅରବିନ୍ଦ ଢାଲୀ ଗୁରୁବାର ଶୁଭ ଦେଇଛନ୍ତି।ସୋଚନୀୟ ଅବସ୍ଥାରେ ଥିବା ଏହି ତିନୋଟି ରାସ୍ତା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ ହେବାକୁ ଥିବା ପ୍ରଥମ ରାସ୍ତା ୩କୋଟି ସତସ୍ତରୀ ଲକ୍ଷ ଟଙ୍କା ବିନିମୟରେ ବିଶ୍ୱନାଥପୁର ଭାୟା କିଆଜୋରୀ ସଠିଲ ରାସ୍ତା,୩କୋଟି ୭୬ ଲକ୍ଷ ମଞ୍ଜୁର ଗାରେଡିପାଞ୍ଚଣ ଭାୟା ବାଲିପାଟଣା ଚମ୍ପାବସ୍ତ ରାସ୍ତା ଓ ଶେଷରେ ୪କୋଟି ୨୦ ଲକ୍ଷ
ବିବିମୟରେ ବନମାଲିପୁର-ଅପୂଜା ରାସ୍ତାର ଶୁଭ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ଦଳେଇ, ଠିକାଦାର ସୁଶାନ୍ତ କୁମାର ଜେନା, ସତ୍ୟଶୁଭମ ନାୟକ,ସୁବ୍ରତ ସେନାପତି,ଅଭିମନ୍ୟୁ ଭଟ,ଗଙ୍ଗାଧର ଓଝା, ଅଭିମନ୍ୟୁ ନାୟକ ,ସୁରେଶ କୁମାର ପଣ୍ଡା ଓ କରୁଣାକର ଦାସ ପ୍ରମୁଖ ଉପସ୍ଥିତ ଥିଲେ।ତୁରନ୍ତ କାମ ଶେଷ ହେବବୋଲି ଏଜେନ୍ସି ଦୁତ୍ରରୁ ପ୍ରକାଶ।