Odisha news

ନୀତୀଶ କୁମାର ଦେଲେ ଇସ୍ତଫା

0

ନୂଆଦିଲ୍ଲୀ: ବିହାର ରାଜନୀତିରେ ବଡ଼ ଧରଣର ହଟଚମଟ । ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାର ଦେଲେ ଇସ୍ତଫା ଦେଇଛନ୍ତି । ଆଜି ରାଜଭବନ ଯାଇ ସେ ନିଜର ଇସ୍ତଫାପତ୍ରକୁ ରାଜ୍ୟପାଳଙ୍କୁ ପ୍ରଦାନ କଲେ  ଓ ରାଜ୍ୟପାଳ ଇସ୍ତଫା ଗ୍ରହଣ କଲେ ।

ଇସ୍ତଫାପରେ ବିଜେପି ସମର୍ଥନରେ ସେ ପୁଣି ସରକାର ଗଢ଼ିପାରନ୍ତି। ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ଜେଡିୟୁ-ବିଜେପି ସହିତ ମିଶି ସରକାର ଗଢ଼ିବା ନେଇ ସମସ୍ତ ପ୍ରସ୍ତୁତି ସରିଛି । ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନୀତୀଶଙ୍କ ସହିତ ବିଜେପି ଦୁଇ ଜଣ ବିଧାୟକ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଧାନସଭା ଅଧ୍ୟକ୍ଷ ପଦ ବିଜେପିକୁ ଯାଇପାରେ । ଅନ୍ୟପଟେ ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି ।

ନୀତୀଶ କୁମାର ଇସ୍ତଫା ନେଇ ବିଜେପି ସହିତ ସରକାର ଗଠନ କଲେ, ଏହା ୧୮ ମାସରେ ମଧ୍ୟରେ ଦ୍ବିତୀୟ ଥର ହେବ । ୨୦୨୨ ଅଗଷ୍ଟ ମାସରେ ଜେଡିୟୁ ବିଜେପିର ସହିତ ମେଣ୍ଟ ଭାଙ୍ଗିଥିଲା । ପରେ ଆରଜେଡି ମିଶି ସରକାର ଗଠନ କରିଥିଲା । ଏବେ ପୁଣି ଥରେ ବିଜେପି ସହିତ ଗଠବନ୍ଧନ କରିବାକୁ ଯାଉଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ।

Leave A Reply