Odisha news

ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ 

0
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ” ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ”ନୂଆ-ଓ” ଯୋଜନା ମାଧ୍ୟମରେ, ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ଫୁଲବାଣୀଠାରେ ଆଲୋଚନା ଚକ୍ର “ଓଡ଼ିଆ ଜନଜୀବନ ରେ ଶ୍ରୀଜଗନ୍ନାଥ” ଓ ଉଦଯାପନୀ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଈଶ୍ୱର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାରମ୍ଭିକ ଭାଷଣରେ ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ସୃଜନୀଶକ୍ତିର ବିକାଶରେ ସାହିତ୍ୟ ପ୍ରତିଯୋଗିତାର ଭୂମିକା ଓ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ଡ଼. ସୁଜିତ୍ କୁମାର ପଣ୍ଡା ଯୋଗ ଦେଇ “ଓଡ଼ିଆ ଜନଜୀବନରେ ଶ୍ରୀଜଗନ୍ନାଥ” ଶୀର୍ଷକ ଆଲୋଚନାରେ ତଥ୍ୟ ଓ ତତ୍ତ୍ୱ ସମ୍ୱଳିତ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ମନୋଜ କୁମାର ଲେଙ୍କା ଶ୍ରୀଜଗନ୍ନାଥଙ୍କ ବିଷୟରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ୟ୍ୟକ୍ରମକୁ ଡ଼. ଧନଞ୍ଜୟ ସିଂ ପରିଚାଳନ କରିଥିଲେ।
Leave A Reply