ଠାକୁରମୁଣ୍ଡା -25/1 ଠାକୁରମୁଣ୍ଡା ବ୍ଲକରେ ଦୁଇ ଦିନିଆ ଜନଜାତି କ୍ରୀଡା ମହୋତ୍ସବ 25 ତାରିଖରେ ଉଦଯାପିତ ହୋଇଯାଇଛି l ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରାୟୋଜିତ ଏହି କ୍ରୀଡା ଉତ୍ସବରେ 500 ରୁ ଉର୍ଦ୍ଧ ଖେଳାଳି ଭାଗ ନେଇ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲେ l 18 ଟି ଗ୍ରାମପଞ୍ଚାୟତରୁ ଭାଗ ନେଇଥିବା ଜନଜାତି କ୍ରୀଡ଼ାବିତ ମାନେ 100 ମି, 200 ମି. ଦୌଡ଼, ଲମ୍ବ ଡିଆଁ ଏବଂ ଫୁଟବଲ ମ୍ୟାଚ ରେ ଭାଗ ନେଇଥିଲେ l 18 ଟି ଦଳ ଫୁଟବଲ ମ୍ୟାଚରେ ଅଂଶଗ୍ରହଣ କରିଥିଲେ l ପ୍ରତିଯୋଗୀଙ୍କ ପାଇଁ ଖାଦ୍ୟ ପେୟ, ଗସ୍ତ ଖର୍ଚ୍ଚ, ଫୁଟବଲ ଟିମ ଗୁଡିକୁ ଜର୍ସି, କିଟ ଆଦି ବିଭାଗ ପକ୍ଷରୁ ବହନ କରାଯାଇଥିଲା l ବିଡ଼ିଓ ମନୋଜ କୁମାର କାର୍ଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବାବେଳେ ଉଦଯାପନୀ ଉତ୍ସବରେ ପୁରସ୍କାର ବିତରଣ କରିଥିଲେ l ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ସଂଚାଳନରେ ଆୟୋଜିତ ଏହି କ୍ରୀଡା ସମାରୋହରେ ସମ୍ମାନୀତ ଅତିଥି ଭାବେ ଏବିଡିଓ ଟଙ୍କଧର ମହାନ୍ତ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସମ୍ବଳ ବ୍ୟକ୍ତି ପଦ୍ମଲୋଚନ ନନ୍ଦ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ l ଏସଡିସି ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l