Odisha news

ଭାଷା ବିପ୍ଳବ ର ସେନାପତି ଫକିର ମୋହନ

0
କାକଟପୁର 22/1 କାକଟପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସର ରେ ସୋମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ ପ୍ରଥମ ଅଧିବେଶନ ରେ ଅବସର ପ୍ରାପ୍ତ ସହ ଶିକ୍ଷାଧିକାରୀ ସାଧୁଚରଣ ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷୟତ୍ରୀ ଦୀପ୍ତି କୁମାରୀ ମହାନ୍ତି ଙ୍କ ସଂଯୋଜନା ରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଓଡିଶା ରୁ ବିଭିନ୍ନ ଜିଲ୍ଲା ରୁ କବି ଓ କବୟତ୍ରୀ ମାନେ ଯୋଗଦେଇ ଫକିର ମୋହନ ସେନାପତି ଙ୍କ କୃତି ସଂପର୍କୀତ କବିତା ପଠନ କରିଥିଲେ l ଦ୍ୱିତୀୟ ଅଧିବେଶନ ଟି ସଂସଦ ର ସଭାପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଗାରୋଇ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ମୁଖ୍ୟ ଵକ୍ତା ଭାବେ ରାଜ୍ୟ ପାଲାଗାୟକ ପରିଷଦ ର ସାଧାରଣ ସମ୍ପାଦକ ବସନ୍ତ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ମା ମଙ୍ଗଳା ଟ୍ରଷ୍ଟବୋର୍ଡ ର
କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ଆଇନୀଜୀବୀ ଉମାକାନ୍ତ ମିଶ୍ର, ବ୍ୟଙ୍ଗକବି ସମ୍ପଦ କୁମାର ରଥ ପ୍ରମୁଖ ଯୋଗଦେଇ ଫକିର ମୋହନ ଙ୍କ ପେଟେଣ୍ଟ ମେଡ଼ିସିନ, ଲଛମା, ମାମୁଁ, ରେବତୀ, ପ୍ରଭୃତି କୃତି ଆଲୋଚନା କରିବା ସହ କଥା ସମ୍ରାଟ ଙ୍କୁ ଭାଷା ବିପ୍ଳବ ର ସେନାପତି ବୋଲି ବକ୍ତ୍ୟବ ରଖିଥିଲେ l ସଂସଦ ର ସମ୍ପାଦକ ଅଧ୍ୟାପକ ମନୋଜ କୁମାର ସାହୁ ଉତ୍ସବ ର ଆଭିମୁଖ୍ୟ ଉପସ୍ଥାପନା କରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସୁଶ୍ରୀ ଶୁଭଲକ୍ଷ୍ମୀ ମହାନ୍ତି ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଭୁବନେଶ୍ୱର କିସ୍ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ସୁଶ୍ରୀ ଜାହ୍ନବୀ ସୁହାସିନୀ ବେଦ ପାଠ କରିଥିଲେ ଇତ୍ୟବସରେ ସାହିତ୍ୟ ସଂସଦ ପକ୍ଷରୁ ଶିଶୁଵିଦ୍ୟାମନ୍ଦିର ର ପ୍ରଧାନ ଶିକ୍ଷକ ତନ୍ମୟ ପାତ୍ର, ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷୟତ୍ରୀ ଶାନ୍ତିଲତା ପଣ୍ଡା,ସୁକାନ୍ତ କୁମାର ଲେଙ୍କା ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଶିଶୁଵିଦ୍ୟାମନ୍ଦିର ର ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ସହ ଉତ୍କଳ ସମ୍ମିଳନୀ ର ସମ୍ପାଦିକା କବୟତ୍ରୀ କ୍ଷେତ୍ରବାସିନୀ ତ୍ରିପାଠୀ ଯୋଗଦାନ କରିଥିଲେ l ଶିଶୁବିଦ୍ୟାମନ୍ଦିର ର କର୍ମକର୍ତା ଗୁରୁଜୀ ଗୁରୁମା ଅକୁଣ୍ଠ ସହାୟତା ପ୍ରଦାନ କରିଥିବାରୁ ସଂସଦ ର ସଭାପତି ପଣ୍ଡିତ ବନ ବିହାରୀ ଗ୍ରହଚାର୍ଯ୍ୟ ସାଧୁବାଦ ଜଣାଇଥିଲେ l
Leave A Reply