ବାରିପଦା : ଶ୍ରୀରାମ ଜନ୍ମ ଭୂମି ମନ୍ଦିର ଅଯୋଧ୍ୟା ରାମଲାଲା ପ୍ରାଣ ପ୍ରତିଷ୍ଠା ଉସôବ ଅବସରରେ ସୋମବାର ସାରା ବାରିପଦା ସହର ରାମମୟ ହୋଇ ଉଠିଥିଲା । “ଜୟ ଶ୍ରୀ ରାମ” ଧ୍ୱନୀରେ ବାରିପଦା ସହର ପ୍ରକମ୍ପିତ ହେବାକୁ ଲାଗିଥିଲା । ସକାଳ ଠାରୁ ରାତ୍ରି ପର୍ଯ୍ୟନ୍ତ ରାମଭକ୍ତ ମାନେ ମୋଟର ସାଇକେଲ ଶୋଭାଯାତ୍ରା ସହ ବିଭିନ୍ନ ଶୋଭାଯାତ୍ରାରେ “ଜୟ ଶ୍ରୀ ରାମ” ଧ୍ୱନୀରେ ସହର ପରିକ୍ରମା କରିବା ସହ ବାଣଫୁଟାଇ, ଡିଜେ ବଜାଇ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉସôବ ବିଭିନ୍ନ ଢଙ୍ଗରେ ପାଳନ କରିଥିଲେ । ବିଭିନ୍ନ ମନ୍ଦିର ଓ ମଠ ମାନଙ୍କରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରାଯିବା ସହ ପ୍ରସାଦ ବିତରଣ କରାଯାଇଥିଲା । ଏପରିକି ବିଭିନ୍ନ ମନ୍ଦିର, ଛକ ଓ ସାହି ମାନଙ୍କ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉସôବକୁ ଭକ୍ତିମୟ ପରିବେଷରେ ପାଳନ କରାଯିବା ସହ ପ୍ରସାଦର ଆୟୋଜନ କରାଯାଇଥିଲା । ସନ୍ଧ୍ୟା ସମୟରେ ପ୍ରତିଟି ଘରେ ମହିଳା ମାନେ ଦ୍ୱୀପ ପ୍ରଜ୍ଜଳନ କରି ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିଥିଲେ ।