Odisha news

ତିହିଡି ବ୍ଲକ ୯ ନଂ ଜୋନର ବିଜେଡି ସଭାପତି ଦାୟିତ୍ୱ ନେଲେ ମାନସ

0

ତିହିଡି,୨୨/୦୧(ଯଦୁମଣି ପାଣିଗ୍ରାହୀ) ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧିନସ୍ଥ ତଥା ତିହିଡି ବ୍ଲକ ୯ ନଂ ଜୋନର ବିଜେଡି ସଭାପତି ଭାବେ ପ୍ରାକ୍ତନ ସମିତିସଭ୍ୟ ମାନସ ରଞ୍ଜନ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ନାୟକ ଗତ ୨୦୦୨ରୁ ୨୦୦୭ ଯାଏଁ ସେ ଗୋବିନ୍ଦପୁର ପଞ୍ଚାୟତରେ ସଭିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଏବେ ବାରସର ସେବା ସମବାୟ ସମିତିର ସଭାପତି ଦାୟିତ୍ୱରେ ଅଛନ୍ତି । ଶ୍ରୀ ନାୟକ ଜଣେ ଯୁବ ସଙ୍ଗଠକ ଭାବେ ଜଣାଶୁଣା । ତାଙ୍କୁ ଏହି ଦାୟିତ୍ୱ ଦିଆଯିବା ଦ୍ୱାରା ତିହିଡି ବ୍ଲକର ୯ନଂ ଜୋନ ତଥା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ ପଞ୍ଚାୟତରେ ବିଜେଡିର ସଙ୍ଗଠନ ବେଶ ସୁଦୃଢ ହେବ ବୋଲି ଆଶା କରାଯାଏ । ଶ୍ରୀ ନାୟକଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ବିଧାୟକ ବ୍ୟୋମକେଶ ରାୟ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଓ ବ୍ଲକ ସଭାପତି ରଘୁନାଥ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply