ଗୋଛା ଗ୍ରାମରେ ଗୋଚ୍ଛା ଗ୍ରାମ ପଂଚାୟତ ସ୍ତରୀୟ ଓଡିଶା ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ମନୋରଞ୍ଜନ ଅଧିକାରୀ। : ଆଜି ଗୋଛା ଗ୍ରାମରେ ଗୋଚ୍ଛା ଗ୍ରାମ ପଂଚାୟତ ସ୍ତରୀୟ ଓଡିଶା ସରକାର ଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |ଏହି କାର୍ଯ୍ୟକ୍ରମ ଅବସରରେ ବ୍ଲକ ସ୍ତର ରେ ଥିବା ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ଖୋଳାଯାଇ ଓଡିଶା ସରକାରଙ୍କ ଦ୍ୱାରା ହେଉଥିବା ଉର୍ନତି ମୂଳକ ଯୋଜନା ଉପରେ ସଚେତନତା କରାଯାଇଛି |ଆଜିର ଏହି କାର୍ଯ୍ୟକ୍ରମ ଗୋଚ୍ଛା ପଂଚାୟତ ସରପଞ୍ଚ ତ୍ରିଲୋଚନ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓ ଆଗାମୀ ଦିନରେ ଏହି ଯୋଜନା ରେ ସରକାର ବହୁ ମନ୍ଦିର, କୋଠଘର ଓ ଅନ୍ୟାନ ଯୋଜନା ହାତକୁ ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଆମ ଓଡିଶା ନବୀନ ଓଡିଶା ର ସଂଯୋଜକ ଶ୍ରୀ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଜଣାଇ ଥିଲେ |ଆଜିର ଏହି କାର୍ଯ୍ୟକ୍ରମ ରେ ସାହସ୍ରାଧିକ ଜନସାଧାରଣ ଉପସ୍ଥିତ ରହିଥିବା ବେଳେ ସଂମ୍ମାନିତ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର କୁମାର ସାହୁ,
ସୋରଡ଼ା ନଗରପାଳ ଶିବଶଙ୍କର ପଣ୍ଡା, ଓ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ସଂଜୀବ ରାଜ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ |ଗୋଚ୍ଛା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଗମାଙ୍ଗ ଙ୍କ ସହ ବ୍ଲକ ର ବହୁ ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |