Odisha news

ଚୁଲି ପାଖରେ ବସିଥିବା ବେଳେ ଅଗ୍ନି ସଂସ୍ପର୍ଶରେ ଆସି ବ୍ରୁଦ୍ଧା ର ମୃତ୍ୟୁ

0
ଢ଼େଙ୍କିକୋଟ ତା ୧୮. ୧. ୨୪ : ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ପଞ୍ଚାୟତ ର ମୁଣ୍ଡାଟାଙ୍ଗର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ତେବେ ଖବର୍ ନେବାରୁ ଜଣାଯାଏ ଯେ ଗତ ୧୫ ତାରିଖ ସନ୍ଧ୍ୟା ସମୟରେ ନବକିଶୋର ମହାନ୍ତ କଂ ପତ୍ନୀ ମଲି ମହାନ୍ତ ( ୬୨) ଶୀତର ପ୍ରକୋପରୁ ରକ୍ଷା ପାଇଁ ଚୁଲି ପାଖରେ ବସିଥିଲେ l ତେବେ  ଅଜାଣତରେ ତାଂକ ଶାଢୀରେ ନିଆଁ ଲାଗିଯାଇଥିଲା l ଶରୀରର ଅଧାରୁ ଅଧିକ ଅଂଶ ପୋଡି ଯାଇଥିଲା l ପରିବାର ର ଲୋକମାନେ ତାଂକୁ ଡାକ୍ତରଖାନା କୁ ନେବା ପରିବର୍ତ୍ତେ ଗୁଣି ଗାରେଡ଼ି, ଝଡ଼ାଫୁଙ୍କା କରିଥିଲେ l ଗତକାଲି ଅଧିକ ଗୁରୁତ୍ୱର ହେବାରୁ ତାଂକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖlନାକୁ ନିଆଯାଇଥିଲା l ତେବେ ସେଠlରେ ତାଂକର ମୃତ୍ୟୁ ହୋଇଯାଇଛି l ଖବରପାଇ ଢ଼େଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଘଟଣା ସ୍ତଳରେ ପହଂଚି ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି  ପୋସ୍ଟ ମୋଟମ କରାଇଛନ୍ତି l
Leave A Reply