Odisha news

ଆର୍.ବି.ଏସ.କେ ରେ ନିଯୁକ୍ତ ଡ଼ାକ୍ତର ଲେଖୁଛନ୍ତି ବାହାରୁ ଔଷଧ

0

କଣାସ,୧୮/୦୧/ :ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟରେ ଉନ୍ନତମାନର ମେଡିକାଲ ନିର୍ମାଣ କରିବା ସହ ଆଧୁନିକ ଜ୍ଞନକୌଶଳ ମାଧ୍ୟମରେ   ଜନ ସାଧାରଣଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେଉଛନ୍ତି ।ଏମିତିକି  ନିରାମୟ ଯୋଜନା ମାଧ୍ୟମରେ ସବୁ ପ୍ରକାର ଔଷଧ ଓ ଇଞ୍ଜେକସନ ମାଗଣାରେ ଦିଆଯାଉଛି ।ହେଲେ ବିଡ଼ମ୍ବନାର ବିଷୟ କେତେକ  ମୁନାଫାଖୋର୍ ଡ଼ାକ୍ତର ଟଙ୍କା ଲୋଭରେ ନିରାମୟ ମେଡ଼ିସିନ ପରିବର୍ତ୍ତେ ଗରିବ ରୋଗୀ ମାନଙ୍କୁ ବାହାରୁ ମେଡ଼ିସିନ ଲେଖି ମାଲେମାଲ ହେଉଥିବା ଗୁରୁତର ଅଭିଯୋଗ ହୋଇଛି ।ଖବର ନେବାରେ ଜଣାପଡିଛି କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରାଷ୍ଟିୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନା (ଆର୍.ବି.ଏସ.କେ)ରେ ନିଯୁକ୍ତ ହୋଇଥିବା ଏକ ଆୟୁଷ ଡାକ୍ତର ସେଥିରେ କାର୍ଯ୍ୟ ନକରି ମେଡ଼ିକାଲରେ ବସି ରୋଗୀ ଦେଖିବା ସହ ଆଉଡର୍ ଟିକେଟରେ ମାଗଣା ନିରାମୟ ଔଷଧ ନଲେଖି ବାହାରୁ ଔଷଧ ଲେଖୁଥିବା ସାଧାରଣ ଲୋକମାନେ ଅଭିଯୋଗ ଆଣିଛନ୍ତି ।ସରକାର ସାଧାରଣ ଲୋକେ ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ସେମାନଙ୍କର ଉଚ୍ଚତା,ଓଜନ,ଗହଣ ଖଣ୍ଡିଆ,ହୃଦ୍ ରୋଗ,କୃମି ବଟିକା,ଆଇରନ ବଟିକା ଓ ଅପପୃଷ୍ଟି ଇତ୍ୟାଦି ରୋଗ ରୋକିବା ପାଇଁ ବିଧିବଦ୍ଧ ଭାବେ ରାଷ୍ଟିୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନା (ଆର୍.ବି.ଏସ.କେ)ରେ ଡାକ୍ତର ,ଫାର୍ମାସିଷ୍ଟ ଓ ନର୍ସ ପ୍ରଭୂତିଙ୍କୁ ନିଯୁକ୍ତ ଦେଇଛନ୍ତି ।ସେମାନେ ମୋବାଇଲ ଭ୍ୟାନ ଯୋଗେ ଅଙ୍ଗନୱାଡ଼ି ,ବିଦ୍ୟାଳୟ ଓ ଘର ଘର ବୁଲିବା ସହ  ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟା ବାତ୍ୟା ସମୟରେ ସାଧାରଣ ଲୋକ ଏବଂ ଶିଶୁ ମାନଙ୍କୁ ଚିକିତ୍ସା ଯୋଗାଇ ଦେବା କଥା ହେଲେ ଏସବୁକୁ ଅଣ ଦେଖା କରିବା ସହିତ ସରକାରୀ ଆଇନ୍ କାନୁନ୍ କୁ ‘ଫୁ ‘କରି ଉଡାଇ ଦେଇଛନ୍ତି ଆୟୁଷ ଡାକ୍ତର ।ବାହାରୁ ଔଷଧ ଲେଖୁଥିବା ଘଟଣାକୁ ନେଇ ବାରମ୍ବାର  ଅଞ୍ଚଳ ବାସୀଙ୍କ ପକ୍ଷରୁ   ଅଭିଯୋଗ କରାଯାଇଛି । ଏଥି ପ୍ରତି ସ୍ବାସ୍ଥ୍ୟ ମନ୍ତ୍ରୀ,ବିଭାଗୀୟ ସଚିବ,୫-ଟି ଅଧ୍ୟକ୍ଷ ଓ ପୁରୀ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Govt
Leave A Reply