ପରିବେଶ ସୁରକ୍ଷା ସଚେତନତା ନେଲ ସାଇକେଲ ଯୋଗେ ଭାରତ ଭ୍ରମଣ ରେ କଲିକତା ର ୩ ଜଣ ଯୁବକ : ଜାତୀୟ ରାଜପଥରେ ସ୍ୱାଗତ ଜଣାଇଲେ ଯୁବ କାଉନସିଲର
ଛତ୍ରପୁର, ୧ ୫ /୧ : “ପରିବେଶ ସୁରକ୍ଷା -ଜୀବନ ରକ୍ଷା” ସଚେତନତା ନେଇ ସାଇକେଲ ଯୋଗେ କଲିକତା ରୁ ୩ ଜଣ ଯୁବକ ସାଇକେଲ ଯୋଗେ ସାରା ଭାରତ ଭ୍ରମଣ ରେ ବାହାରିଛନ୍ତି,ତାଙ୍କୁ ସୋମବାର ଛତ୍ରପୁର ନିକଟ ଜାତୀୟ ରାଜପଥରେ ସ୍ୱାଗତ ଜଣାଇଛନ୍ତି ଛତ୍ରପୁର ଏନଏସିର ୧୦ନଂ ୱାର୍ଡ କାଉନସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର l ଗତ ଡିସେମ୍ବର ମାସ ୨୨ ତାରିଖ ଦିନ କଲିକତା ର ରାହୁଲ ବାସଡ଼ି, ସମର ମହାତ ଓ ଶୁଭଜିତ ମଣ୍ଡଳ ସାଇକେଲ ଯୋଗେ ସାରା ଭାରତ ଭ୍ରମଣ ବାହାରି “ପରିବେଶ ସୁରକ୍ଷା- ଜୀବନ ରକ୍ଷା” ନେଇ ସଚେତନତା କରୁଛନ୍ତି l ଏହା ସହ ସେମାନେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ପାଇଁ ଆଶା ରଖିଥିବା ସେମାନେ କହିଛନ୍ତି l ଯୁବ କାଉନସିଲର ଶ୍ରୀ ମିଶ୍ର ତାଙ୍କୁ ଥଣ୍ଡା ପାନୀୟ୍ ଦେଇ ସ୍ୱାଗତ କରିବା ସହିତ ତାଙ୍କର ଏଭଳି ମହତ କାର୍ଯ୍ୟ କୁ ଭୁୟସୀ ପ୍ରଶଂସା କରିଥିଲେ l