ନୂଆପଡ଼ା – ୧୨/୦୧- ସକାଳ ଖବର(ସୁରେନ୍ଦ୍ର ତିୱାରୀ) ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ରାଜ୍ଯ ଜଳ ସମ୍ପଦ ବିଭାଗ ତରଫରୁ ଓ ଉଠା ଜଳସେଚନ ବିଭାଜନ, ନୂଆପଡ଼ାର ସୌଜନ୍ଯତାରେ ବିଭାଜନ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସିନାପାଲି ବ୍ଲକ୍ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସ୍ଥାନୀୟ ନୋଡ଼ାଲ ଉଚ୍ଚ ବିଦ୍ଯାଳୟ ଠାରେ ଏନେଇ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ଯାଳୟର ଅଷ୍ଟମ ରୁ ଦଶମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏ ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଲିଖନରେ ଶିଖା ମେହେର, ପ୍ରେମଲତା ମେହେର, ନିକିତା ସାହୁ, ବକ୍ତୁତାରେ ତୋଜାମଣି ବୈଠାରୁ, ଶୁଭମ ମେହେର, ଚିନ୍ମୟ ମେହେର, କୁଇଜରେ ଲିଲାକୄଷ୍ଣ ମଙ୍ଗରାଜ, ସ୍ୱସ୍ତିକ ପାଣିଗ୍ରାହୀ, ଅଂଶୁମାନ ନାଗ ଓ ଚିତ୍ରାଙ୍କନରେ ରୁବି ମେହେର, ଲକ୍ଷ୍ମୀକାନ୍ତୀ ମେହେର, ଗୌତମ ଦୀପ ଯଥା କ୍ରମେ ପ୍ରଥମ, ଦ୍ୱିତୀୟ ଓ ତୄତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବରେ ବୈଷ୍ଣବ ମେହେର, ସେବକରାମ ପାତ୍ର, ମହେଶ ମେହେର, ମନୋରଞ୍ଜନ ମେହେର, ଦୁର୍ଜନ ସା, ପରେଶ ନାଥ ପାଣିଗ୍ରାହୀ, ରବୀନ୍ଦ୍ର ମେଣ୍ତେଲି, ବଂଶିଧର ଜଗତ ପ୍ରମୁଖ ଯୋଗଦେଇ ଥିଲେ । ବିଭାଗ ତରଫରୁ ନୁଆପଡ଼ା ଏସଡ଼ିଓ ମାନସ ରଞ୍ଜନ ବୁଡ଼ା, ଖରିଆର ଓ ସିନାପାଲି କନିଷ୍ଠ ଯନ୍ତ୍ରୀ ଯଥା କ୍ରମେ ପ୍ରିୟ ବେହେରା ତଥା ମାଧବ ଚନ୍ଦ୍ର ସାହୁ କାର୍ଯ୍ଯକ୍ରମ ଆୟୋଜନ କରିଥିବା ବେଳେ ସିନାପାଲି ନୋଡ଼ାଲ ଉଚ୍ଚବିଦ୍ଯାଳୟର ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀ ସହଯୋଗ କରିଥିଲେ ।