Odisha news

ଅଗ୍ନିକାଣ୍ଡରେ ୧ ବଖରା ଘର ଭସ୍ମୀଭୂତ 

0
ବୁଗୁଡ଼ା : ତା ୧୧/୦୧/୨୪ :  ନିକଟସ୍ଥ ଜଗତ ପାଟଣା ଗ୍ରାମର ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ପୋଡି ଭସ୍ମୀଭୂତ ହୋଇ ଯାଇଥିବା ଜଣାଯାଇଛି  ।ପ୍ରକାଶ ଯେ, ଆଜି ରାତିରେ ଜଗତ ପାଟଣା ଗ୍ରାମର କୈଳାସ ବେହେରାଙ୍କ ଏକ ବଖରିଆ ଘରେ ନିଆଁ ଲାଗି ଲାଗି ଯାଇଥିଲା । ନିଆଁ ହୁତୁ ହୁତୁ ହୋଇ ଜଳି ଉଠିଥିଲା  ବେଳେ ଘରୁ କୌଣସି ଜିନିଷ ବାହାର କରାଯାଇ ପାରିନଥିଲା । ଖବର ପାଇ ବୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ଜଣାଯାଇଛି  ।
Nalco
Leave A Reply