Odisha news

ଦଶପଲ୍ଲା କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ : ୫-୦ ଗୋଲ ରେ ଭଞ୍ଜନଗର ବିଜୟୀ

0
ଦଶପଲ୍ଲା୧୦/୧ : ଦଶପଲ୍ଲା ର ଅଗ୍ରଣୀ କ୍ରୀଡା ସଂଗଠନ ସ୍ପୋଟିଭି ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବ ଭାରତୀୟ ଦଶପଲ୍ଲା କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି । ସ୍ଥାନୀୟ ଗାନ୍ଧୀ ମୈଦାନ ଠାରେ ଚାଲିଥିବା ଏହି ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚ ରେ ଫୁଟବଲ ଏକାଡେମୀ ଭଞ୍ଜନଗର ଟାଇବ୍ରେକର ମାଧ୍ୟମ ରେ ବିଡାନାସି କଟକ କୁ ୫-୩ ଗୋଲ ରେ ପରାସ୍ତ କରି ବିଜୟ ଲାଭ କରିଛି । ରଙ୍ଗା ରଙ୍ଗ ପୂର୍ଣ ଏହି ଉଦ୍ଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ । ସନମାନିତ ଅତିଥି ଭାବେ ଏହି ଉତ୍ସବ ରେ ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ ଏ ସି ଅଧ୍ୟକ୍ଷା  ଇଂ ପୁନମ ପ୍ରିୟ ଦର୍ଶିନୀ । କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ଉସ୍ଛାହିତ କରିଥିଲେ । ଏହି ଖେଳ ଦେଖିବାକୁ  ବହୁ ଜନ ସମାଗମ ହୋଇଥିଲା ।
Leave A Reply