Odisha news

ଆନନ୍ଦମୟୀ ଶ୍ରୀଅରବିନ୍ଦ ମହିଳା ପାଠଚକ୍ରର ବର୍ଦିକ ଉତ୍ସବ ଅନୁଷ୍ଠିତ

0

ଭଞ୍ଜନଗର,୦୭/୦୧( ଅମରେନ୍ଦ୍ର କୁମାର ପଟ୍ଟନାୟକ) ସ୍ଥାନୀୟ ଶ୍ରୀଅରବିନ୍ଦ ଆନନ୍ଦମୟୀ ମହିଳା ପାଠଚକ୍ରର ବାର୍ଷିକ ଉତ୍ସବ ଶ୍ରୀରାମ ନଗରଠାରେ ପ୍ରତିଷ୍ଠିତ ଶ୍ରୀଅରବିନ୍ଦ ଶକ୍ତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲା ପାଠଚକ୍ର ସମୂହର ସଭାପତି ଶଶଧର ବେହେରା ମାତୃପତାକା ଉତ୍ତୋଳନ କରିଥିଲେ l କବିତା ପଣ୍ଡା ଦୁର୍ଗାସ୍ତୋତ୍ର ପଠନ କରିଥିଲା ବେଳେ ମନୀଷା ପଟ୍ଟନାୟକ ମା ବହି ପଠନ କରିଥିଲେ l ପ୍ରତିମା ମହାରଣା ଧ୍ୟାନ ଓ ପ୍ରାଥନା ବହି ପାଠ କରିଥିଲେ l
ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା, ଜିଲ୍ଲାସଭାପତି ଶାଶଧର ବେହେରା,ଭାଗିରଥିମହାପାତ୍ର, ପୁଷ୍ପାଅପା, ଜିଲ୍ଲାପରିଷଦ ସଭ୍ୟା ଶୈଳବାଳା ବିଷୋୟୀ, ଶିକ୍ଷାକେନ୍ଦ୍ର ସଭାପତି ପ୍ରଫେସର କୃତ୍ତିବାସ ବିଶ୍ୱାଳ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ମାଓ ଶ୍ରୀଅରବିନ୍ଦ ଙ୍କ ଦୃଷ୍ଟିରେ ନାରୀ ଓ ସମଜ ଗଠନରେ ନାରୀର ଭୂମିକା ସମ୍ପର୍କରେ ସେମାନଙ୍କ ବକ୍ତବ୍ୟରେ ଉଲ୍ଲେଖ୍ୟ କରିଥିଲେ l
ଆନନ୍ଦମୟୀ ପାଠଚକ୍ରର ସମ୍ପାଦିକା ବିଜୟ ଲକ୍ଷ୍ମୀ ବିଶ୍ୱାଳ ବାର୍ଷିକ ବିବରଣୀ ପଠନ କରିଥିଲେ l ଜ୍ୟୋର୍ତ୍ତି ମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ରତ୍ନମଞ୍ଜରୀ ପାଢୀ କୃତଜ୍ଞତା ଜ୍ଞାପନ କରିଥିଲେ l ସୁନନ୍ଦା ବେହେରା ମାତୃସଂଗୀତ ଗାନ କରିଥଲେ, କାର୍ଯ୍ୟକ୍ରମ ପରିଚାଳନା ରେ ରମେଶ ବେହେରା, ଦିନେଶ ବିଶ୍ୱାଳ, ବସନ୍ତ କୁମାର ପ୍ରଧାନ, ସୁଷମା ପଣ୍ଡା ସହଯୋଗ କରିଥିଲେ.

Govt
Leave A Reply