Odisha news

ଅଲଟିମେଟ୍ ଖୋ ଖୋ ସିଜିନ୍‌-୨: ରାଜସ୍ଥାନ ୱାରିୟର୍ସ ବିରୋଧରେ ତେଲୁଗୁ ୟୋଦ୍ଧାସ୍‌ର ବଡ ବିଜୟ

0

କଟକ,୨୭ ଡିସେମ୍ବର, ୨୦୨୩: ଆଜି ଅଲ୍ଟିମେଟ୍ ଖୋ ଖୋର ସିଜନ ୨ର ତେଲୁଗୁ ୟୋଦ୍ଧାସ୍ ଚମତ୍କାର ପ୍ରଦର୍ଶନ ସହ ନିଜର ୨ୟ ବିଜୟ ପଞ୍ଜୀକୃତ କରିଛି । ଆଜି (ବୁଧବାର) ୪ର୍ଥ ଦିନରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ  ଖେଳାଯାଇଥିବା ୧ମ ମ୍ୟାଚ୍‌ରେ ତେଲୁଗୁ ୟୋଦ୍ଧାସ୍ ୩୮-୨୮ ପଏଂଟ୍‌ରେ ରାଜସ୍ଥାନ ୱାରିୟର୍ସକୁ ବଡ ମାର୍ଜିନ୍‌ରେ ପରାଜିତ କରିଛି । ତେଲୁଗୁ ୟୋଦ୍ଧାସ୍ ପକ୍ଷରୁ ରାହୁଲ ମଣ୍ଡଳ ସର୍ବାଧିକ ୧୦ ପଏଂଟ୍ ସ୍କୋର କରି ମ୍ୟାଚ୍‌ର ଷ୍ଟାର୍ ପ୍ରମାଣିତ ହୋଇଛନ୍ତି । ସେହିପରି ପ୍ରତିକ୍ ୱାଇକର୍ ଓ ଆଦିତ୍ୟ ଗଣପୁଲେ ମ୍ୟାଟ୍‌ରେ ୩.୯୫ ମିନିଟ୍‌ରୁ ଅଧିକ ସମୟ ରହି ଟିମ୍‌ର ବିଜୟରେ ଯୋଗଦାନ ଦେଇଥିଲେ । ରାଜସ୍ଥାନ ୱାରିୟର୍ସ ଏବେ ଆସନ୍ତା ଶୁକ୍ରବାର ଚେନ୍ନାଇ କ୍ୱିକ୍ ଗନ୍‌ସ ସହ ପ୍ରତିଦ୍ୱନ୍ଦିତା କରିବ । ସେହିପରି ତେଲୁଗୁ ୟୋଦ୍ଧାସ୍  ଟେବୁଲ-ଟପର୍ ଗୁଜରାଟ ଜିଆଂଟ୍‌ସ ବିରୋଧରେ ଖେଳିବ ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି ।  ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା ।  ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।
ଆଜିର ୨ୟ ମ୍ୟାଚ୍‌ରେ ବିଜୟୀ ଦଳ ତେଲୁଗୁ ୟୋଦ୍ଧାସ୍‌ରେ ଅରୁଣ ଗୁଙ୍କି, ଅବଧୁତ ପାଟିଲ, ପ୍ରତୀକ ୱାଇକର, ଅଧିକାର ଗାନପୁଲେ, ରାହୁଲ ମଣ୍ଡଳ, ନିଖିଲ ବାଘେ, ମିଲିନ୍ଦ ଚାଭରେକର, ଆକାଶ ତୋଗାରେ, କିରଣ ଭାସାଭେ, ଧ୍ରୁବ, ପ୍ରସାଦ ରାଡ଼ି, ରୁଦ୍ର ଥୋପାଟେ, ପ୍ରେମ ରାଣ୍ଡିଭ, ବୈଭବ ନିପ୍ପାନେ, ସୌରଭ ଆଡଭାକର, ବିଜୟଭାଇ ଭେଗଡ଼, ଅନୁକୁଳ ସରକାର, ଏମ ଫନି କୁମାର, ମହାମଦ ଉଜେର ହାରୁନ ମୋମିନ୍‌, ମାତଲୁମ, ଲିପୁନ ମୁଖୀ, ଅର୍ଜୁନ ବିଶୁକର୍ମା, ପ୍ରସାଦ ପାଟିଲ, ବୋଜଜମ ରଂଜିତ୍ ଏବଂ ରଜତ ମଲ୍ଲିକ ଆଦି ଖେଳାଳି ସାମିଲ ଥିଲେ । ସେହିପରି ରାଜସ୍ଥାନ ୱାୟରିୟର୍ସ ଦଳରେ ଅକ୍ଷୟ ଗନପୁଲେ, ଦିଲରାଜସିଂ ସେଙ୍ଗର, ମଜହର ଜମାଦାର, ବିଜୟ ହାଜର, ଜଗନାଥ ଦାସ, ଋଷଭ ବାଘ, ନିଲେଶ ପାଟିଲ, ପ୍ରଜ୍ୱାଲ କେଏଚ୍‌, ବ୍ରାହ୍ମଣେ ବିବେକ, ରଞ୍ଜନ ସେଠୀ, ରେଜେଟି ସୁରାଇନାଇଡୁ, ସୌରଭ ଗଡ଼ଗେ, ନନ୍ଦନ ଡି, ଗଣେଶ ବୋରକର, ବିକା ଚେତନ, ବୁଚନନଗରୀ ରାଜୁ, ଧନରାଜ ପି, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ଶେଲକେ, ମୁକେଶ ପ୍ରଜାପତ, ବୈଭବ ମୋରେ ଓ ଆଦିତ୍ୟ କେ.ଏନ ଆଦି ଖେଳାଳି ସାମିଲ ଥିଲେ ।

Leave A Reply