ଆଜିର ମ୍ୟାଚ୍ରେ ବିଜୟୀ ଦଳ ଗୁଜୁରାଟ ଜାଏଂଟସରେ ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ, ବିଜେଶ କୁମାର ଏବଂ ହରିଶ ମହମ୍ମଦ ଆଦି ଖେଳାଳି ସାମିଲ ଥିଲେ । ସେହିପରି ମୁମ୍ବାଇ ଖିଲାଡିସ୍ ଦଳରେ ଗଜାନନ ସେଙ୍ଗଲ, ଶ୍ରୀଜେଶ ଏସ, ମହେଶ ସିନ୍ଦେ, ଅନିକେତ ପୋଟେ, ଶୁଭାଶିଷ ସାନ୍ତ୍ରା, ହୃଷିକେଶ ମୁର୍ଚାୱାଡେ, ରୋକେସନ ସିଂ, ପି ଶିବା ରେଡ୍ଡୀ, ଗୋବିନ୍ଦ ଯାଦବ, ଅଭିକ ସିଂହ, ମିଲିନ୍ଦ କୁର୍ପେ, ସୁନୀଲ ପାତ୍ର, ସୁଧୀର କୁମାର, ଏମଡି ଆଇମନ ପାଶା, ସାଗର ପୋତଦାର, ରୋହନ କୋରେ, କୋମଲ, ପାୱାର ସଚିନ, ଧୀରଜ ଭାବେ, ଦେବାଶିଷ, ଶିବା, ଅଜୟ କଶ୍ୟ, ପ୍ରୀତମ ଚୌଗୁଲେ, ସିବିନ ଏମ, ଅଭିଷେକ ପଥରୋଦେ ଏବଂ ପରମାର ରାହୁଲ ଆଦି ଖେଳାଳି ସାମିଲ ଥିଲେ ।
କଟକ,୨୬ ଡିସେମ୍ବର,୨୦୨୩: ଅଲ୍ଟିମେଟ୍ ଖୋ ଖୋର ସିଜନ ୨ର ଆଜି ୩ୟ ଦିବସରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଗୁଜରାଟ ଜିଆଂଟ୍ସ ଓ ମୁମ୍ବାଇ ଖିଲାଡିସ୍ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ଗୁଜରାଟ ଜିଆଂଟ୍ସ ୩୪-୩୦ର ଅନ୍ତରରେ ମୁମ୍ବାଇ ଖିଲାଡିସ୍କୁ ପରାଜିତ କରିଛି । ଗୁଜରାଟ ଜିଆଂଟ୍ସର ଏହା କ୍ରମାଗତ ୨ୟ ବିଜୟ ହୋଇଥିବା ବେଳେ ମୁମ୍ବାଇ ଖିଲାଡିସ୍ର ଏହା କ୍ରମାଗତ ୨ୟ ପରାଜୟ । ଏହି ବିଜୟ ସହିତ ଗୁଜରାଟ ଜିଆଂଟ୍ସ ପଏଂଟ୍ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ୧୪ ପଏଂଟ୍ ସହିତ ଅଭିନନ୍ଦନ ପାଟିଲ୍ ଗୁଜରାଟ ଜିଆଂଟ୍ ପାଇଁ ମ୍ୟାଚ୍ର ଷ୍ଟାର ଥିଲେ । ସେହିପରି ଫୈଜନ୍ଖା ପଠାନ, ସୁୟାଶ ଗାର୍ଗାଟେ ଓ ଶୁଭମ ଥୋରାଟ୍ ୫ ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ମ୍ୟାଟ୍ରେ ରହି ଗୁଜରାଟର ବିଜୟରେ ଯୋଗଦାନ ଦେଇଥିଲେ । ଅନ୍ୟପକ୍ଷରେ ମୁମ୍ବାଇ ଖିଲାଡିସ୍ ତରଫରୁ ରୋହନ କୋରେ ମ୍ୟାଚ୍ରେ ସର୍ବାଧିକ ୮ ପଏଂଟ୍ ହାସଲ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ଖିଲାଡିସ୍ ବୋନସ୍ ପଏଂଟ୍ ପାଇବା ସହ ଭଲ ପ୍ରଦର୍ଶନ କରିଥିଲା । ତେବେ ୨ୟ ପର୍ଯ୍ୟାୟରେ ଡିଫେଣ୍ଡ ସମୟରେ ୩ଟି ଡ୍ରିମ୍ ରନ୍ ବୋନସ୍ ପଏଂଟ୍ ହାସଲ କରି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା । ମୁମ୍ବାଇ ଖିଲାଡିସ୍ ଏବେ ଆସନ୍ତାକାଲି (ବୁଧବାର) ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗର୍ନଟ୍ସକୁ ଭେଟିବ । ଆସନ୍ତାକାଲି ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ୱାରିୟର୍ସ ତେଲେୁଗୁ ୟୋଦ୍ଧାସ୍ ସହ ପ୍ରତିଦ୍ୱନ୍ଦିତା କରିବ ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍ୱର୍କର ଚ୍ୟାନେଲ ଓ ସୋନି ଲିଭ୍ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।