Odisha news

ବଡ଼ ଦିନରେ ଫିକା ପଡ଼ିଲା ନନ୍ଦନକାନନ

0
ବାରଙ୍ଗ : ଆଜି ହେଉଛି ବଡ଼ ଦିନ । ବଡ଼ ଦିନରେ ବେଶ୍ ଧୁମଧାମରେ ସାରା ରାଜ୍ୟ ପାଳନ କରିଥିବା ବେଳେ ଏଥିରୁ ବାଦ୍ ପଡ଼ିନି ନନ୍ଦନକାନନ ପ୍ରଣିଉଦ୍ୟାନ୍। ବଡ଼ ଦିନ ରେ ସକାଳୁ ସକାଳୁ ନନ୍ଦନକାନନ ଖୋଲୁଖୋଲୁ  ପ୍ରାର୍ଯ୍ୟଟକ ଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଆଶା ଥିଲା ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ପାଇବ ହେଲେ ବଡ ଦିନରେ ଫିକା ପଡିଛି ପ୍ରାଣୀ ଉଦ୍ୟାନ ନନ୍ଦନକାନନ।ରବିବାରଦିନ  ପ୍ରବଳ ଗହଳି ହୋଇଥିବାବେଳେ ବଡଦିନରେ ପର୍ଯ୍ୟଟକ ସଂଖ୍ୟା କମିଯାଇଛି।ସୋମବାର ଖୋଳାରହିବା ନେଇ ନନ୍ଦନକାନନ ପକ୍ଷରୁ ବହୁ ପ୍ରଚାର ପ୍ରସାର ସତ୍ତ୍ୱେ ଆଶାଠାରୁ ବହୁତ କମ ପର୍ଯ୍ୟଟକ  ଆସିଥିଲେ । ବଡ଼ଦିନ ସୋମବାର ପଡ଼ିଥିବାରୁ ପର୍ଯ୍ୟଟକ ଙ୍କ ସଂଖ୍ୟା କମିଥିବା ଜଣାପଡିଛି । ତେବେ ପୂର୍ବ ୨୦୨୨ ମସିହା ଆଜିର ଦିନରେ  ୪୬୧୪୮  ପ୍ରାର୍ଯ୍ୟଟକ ନନ୍ଦନକାନନ କୁ ବୁଲିବାକୁ ଆସିଥିବା ବେଳେ ଚଳିତ ବର୍ଷ ୨୬୫୨୨ ପର୍ଯ୍ୟଟକ କମ୍ ବୁଲିବାକୁ  ଆସିଥିବା ଉପ ନିର୍ଦେଶକ ଡ଼ ସନତ ନାରାୟଣ ସୂଚନା ଦେଇଛନ୍ତି  |ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନ ରେ ପୂର୍ବ ବର୍ଷ ୫୩୫୮ ଖଣ୍ଡ ଟିକେଟ ବିକ୍ରୀ ହୋଇଥିବା ବେଳେ ଚଳିତ ବର୍ଷ ୪୧୪୩ ପର୍ଯ୍ୟଟକ  କମ୍ ବୁଲିବାକୁ ଆସିଛନ୍ତି ।  ପ୍ରାଣୀ ଉଦ୍ୟାନର  ୧୯୬୨୬ ଖଣ୍ଡ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ୧୨୧୫  ଖଣ୍ଡ ଟିକେଟ ବିକ୍ରୀ ହୋଇଥିବା ସୂଚନା ମିଳିଛି | ପ୍ରାଣୀ ଉଦ୍ୟାନ ର ପ୍ରାକୃତିକ ପରିବେଶ ସାଙ୍ଗକୁ ବିରଳ ଜୀବ ଜନ୍ତୁ ଙ୍କୁ ଅତି ନିକଟରୁ ଦେଖି ବେଶ୍ ମଜା ଉଠାଇଛନ୍ତି ପ୍ରାର୍ଯ୍ୟଟକ। ଉଦ୍ୟାନରେ ଥିବା ସଫାରୀ , ଟୟ ଟ୍ରେନ ,ବୋଟିଂ ର ମଜା ଉଠାଇଛନ୍ତି ।  ସୂଚନା ଯୋଗ୍ୟ ଯେ, ପ୍ରାଣୀ ଉଦ୍ୟାନ ନନ୍ଦନକାନନ କୁ ୨୦୧୬ ମସିହାରେ ୪୦,୦୭୮ ଟିକେଟ ବିକ୍ରି  ହୋଇଥିଲାବେଳେ ୨୦୧୭ ମସିହାରେ ୨୩୬୨୮, ୨୦୧୮ରେ ୩୪୯୧୪, ୨୦୧୯ ରେ ୨୯୭୦୧, ୨୦୨୦ରେ ୬୭୬୯ , ୨୦୨୧ରେ ୨୦୦୧୩,୨୦୨୨ ରେ ୪୬୧୪୮ ଜଣ ପର୍ଯ୍ୟଟକ ହୋଇଥିଲେ |ହେଲେ ଚଳିତ ବର୍ଷ ୧୯୬୨୬ ଜଣ  ପ୍ରାର୍ଯ୍ୟଟକ ନନ୍ଦନକାନନ କୁ ବୁଲିବାକୁ ଆସିଥିବା ଜଣା ପଡ଼ିଛି । ସେହିପରି ଗୋଡିବାରି ଓ ଡେରାସରେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା  ବଡଦିନ ରେ କମ ରହିଛି।ରବିବାର ଭିଡ଼ ଥିବାବେଳେ ବଡ ଦିନରେ ଛୁଟି ରହିଥିବା ସତ୍ତ୍ୱେ  ରବିବାରଠାରୁ ପର୍ଯ୍ୟଟକଙ୍କ ସଂଖ୍ୟା  କମ ରହିଛି।ରବିବାର ଡେରାସକୁ ୨୭୦୦ଜଣ ପର୍ଯ୍ୟଟକ ଆସିଛନ୍ତି।ସେହିଭଳିଭାବେ ଗୋଡିବାରୀକୁ   ୩୫୦ଜଣ ପର୍ଯ୍ୟଟକଙ୍କ ଆସିଥିବା ସୂଚନା ମିଳିଛି । ବଡ଼ଦିନ ରେ ଡେରାସକୁ ଆସିଥିବା ୧୩୨୦ ଜଣ ପର୍ଯ୍ୟଟକଙ୍କଠାରୁ ମୋଟ ୭୦ହଜାରେ ୪୦୦ଟଙ୍କା ଓ ଗୋଡିବାରୀକୁ ବୁଲିବାକୁ ଆସିଥିବା ୩୩୦ଜଣ ପର୍ଯ୍ୟଟକଙ୍କଠାରୁ ମୋଟ ୨୨ହଜରେ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ସୂଚନା ମିଳିଛି ।
Leave A Reply