ରଣପୁର : ୫ତମ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୩ ଶୁକ୍ରବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚଦିନ ବ୍ୟାପି ମୁକ୍ତଆକାଶ ରଙ୍ଗିନମଞ୍ଚ ଗୁଣି, ଜ୍ଞାନୀ ବାଗ୍ନି ରାଜ୍ୟ ମହାମହିମ ରାଜ୍ୟପାଳଙ୍କ ସମେତ ବହୁ ରାଜ ନେତାଙ୍କ ପାଦସ୍ପର୍ଶ ଓ ପୁରାତନ ସଂସ୍କୃତି, ଐତିହ,ଲୋକକଳାକୁ ଉଜ୍ଜବିତ କରିବା ସହିତ ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଅଗଣିତ ଦର୍ଶକମାନଙ୍କ ନିକଟରେ ଉପସ୍ଥାପନ କରି ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଉଦଯାପିତ କରିଛି।ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଦିନ ବ୍ୟାପି ପ୍ରତିଦିନ ଶୀତୁଆ ସନ୍ଧ୍ୟାରେ ଓଡ଼ିଶୀଓ ଲୋକନୃତ୍ୟ,ସମ୍ବଲପୁରୀ ନୃତ୍ୟ,ଘୁମୁରା,ପଶୁନୃତ୍ୟ,ଗୋଟିପୁଅ, ପାଇକ ପୁଅର କଳା ସାମର୍ଥ୍ୟ,ସାନ୍ତାଳୀ ନୃତ୍ୟ , ଦୁଲଦୁଲି ନୃତ୍ୟ ପ୍ରଭୃତି ସହିତ ସ୍ଥାନୀୟ ଅଂଚଳର ବିଭିର୍ଣ୍ଣ ପ୍ରତିଭା ସମ୍ପନ୍ନ କଳାକାରଙ୍କ ଦ୍ୱାରା ପାଲା,ଭାଗବତ ମଣ୍ଡଳୀ,ଖଞ୍ଜଣି ଭଜନ,ସଂକୀର୍ତ୍ତନ ଏବଂ ବିଭିନ୍ନ କଳାକୃତ ଅନୁଷ୍ଠାନ ପକ୍ଷରୁ ଡ୍ୟାନ୍ସ ଡ୍ୟାନ୍ସ ପରିବେଷଣ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଦର୍ଶକ ମାନଙ୍କୁ ବେଶ ଖୋରାକ ଯୋଗାଉ ଥିଲା।ସେହିପରି ଅନ୍ତିମ ସନ୍ଧ୍ୟାରେ ପରିବେଷିତ ହୋଇଥିବା ଘୁମୁରା, ଓଡ଼ିଶୀ, ଗ୍ରାମ୍ୟକଳା ଓ ଲୋକନୃତ୍ୟ ଦର୍ଶକ ମାନଙ୍କୁ ଶୀତୁଆ ସନ୍ଧ୍ୟାରେ ବାନ୍ଧି ରଖିବାକୁ ତିଳେ ମାତ୍ର ଭୁଲିନଥିଲା।ଏହି ଅବସରରେ ମହୋତ୍ସବ କାଉଁରୀ କମିଟିର ଅଧକ୍ଷ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଗାନ୍ଧିବାଦ ଗବେଷକ ତଥା ପୂର୍ବତନ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଯୋଗ ଦେଇ ଗାନ୍ଧୀ ଦର୍ଶନ ଓ
ରାଜ୍ୟର କୋଣ ଅନୁକୋଣରେ ଗଢି ଉଠିଥିବା ସଂସ୍କୃତି ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ।ମୁଖ୍ୟବକ୍ତା ଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ।ସେହିପରି ସଂମ୍ମାନୀତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଇ.ଦେବାଶିଷ ପଟ୍ଟନାୟକ,ଶିଳ୍ପପତି ସର୍ବେଶ୍ୱର ସାହୁ,ଶିଶିର ସାହୁ,ମହୋତ୍ସବ ପ୍ରଚାର କମିଟି ଅଧକ୍ଷ ସାମ୍ବାଦିକ ରାଜେନ୍ଦ୍ର କୁମାର ସାହୁ,ଶିବରାମ ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂହ ଓ ଐତିହାସିକ ଦେବୀ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ରାଜସୁନାଖଳା ଓ ସ୍ଥାନୀୟ ଅଞ୍ଚଳର କଳା ,ସଂସ୍କୃତି ଓ ପରମ୍ପରା ଐତିହ୍ୟର ଭୟୀଅଶୀ ପ୍ରଶଂସା କରିଥିଲେ।ପ୍ରାରମ୍ଭରେ ବୋଲଗଡ଼ସ୍ଥିତ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟର କଣ୍ଠଶିଳ୍ପୀ କଳାକାର ମାନଙ୍କ ପକ୍ଷରୁ ସ୍ଵାଗତ ସଙ୍ଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ପରେ ଅତିଥି ମାନଙ୍କର ପରିଚୟ ପତ୍ର ପ୍ରଦାନ କରାଯାଇ ଅଂଚଳର ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର,ଉତ୍ତରୀୟ ଓ ଫୁଲଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ପରିଶେଷରେ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ଚିତ୍ତ ରଂଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ଜୟେନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ। ଅନୁରୂପ ଭାବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଦୋକାନ, ମୀନା ବଜାର ଓ ଅନ୍ୟ ପ୍ରମୁଖ ଷ୍ଟଲ ମାନଙ୍କରେ ପ୍ରବଳ ଜନ ସମାଗମ ଥିବା ବେଳେ ଖୋଲା ଆକାଶର ରଙ୍ଗୀନ ରଙ୍ଗମଞ୍ଚର ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ମନଭରି ଉପଭୋଗ କରୁଥିଲେ।