ମହାକାଳପଡ଼ା : କେନ୍ଦ୍ର ସରକାର “ଭାରତ ମାଳା “ପ୍ରକଳ୍ପ ଜରିଆରେ ଉପକୂଳ ବାସୀଙ୍କ ଧନ ଜୀବନ ସୁରକ୍ଷା ସହିତ ଗମନା ଗମନ ର ଉତ୍ତମ ବ୍ୟବସ୍ଥା ନେଇ ଉପକୂଳ ରାଜପଥ କଳ୍ପନା କରିଛନ୍ତି l ସାମୁଦ୍ରିକ ବନ୍ଦର ଗୁଡିକ ମଧ୍ୟରେ ଦୂରତ୍ୱ ହ୍ରାସ ପାଇବା ସହିତ ଉପକୂଳ ଚାଷ ଜମି କୁ ଲୁଣା ଜଳ ପ୍ଲାବିତ ହେବାରୁ ସୁରକ୍ଷା ମିଳିବ l ବିଶେଷ କରି ଉପକୂକ ଜନଵସତି ର ସୁନାମି ପ୍ରବଣ ଅଞ୍ଚଳ କୁ ‘ ସୁନାମି’ ର ଉତ୍ତାଳ ତରଙ୍ଗ ରୁ ମଧ୍ୟ ସୁରକ୍ଷା ଯୋଗାଇ ଦେବାରେ ବେଶ ସହାୟକ ହେବ l ଯାହା ନେଇ ଉପକୂଳରେ ରାମେଶ୍ୱର ଠାରୁ ଦିଘା ସୁଦୀର୍ଘ ୪୮0 କି. ମି. ପରିବ୍ୟାପ୍ତ ଅଂଚଳରେ ପ୍ରସ୍ତୁତ ହେବ ଗ୍ରୀନ ଫିଲଡ କୋଷ୍ଟାଲ ହାଇୱେୟ l ଏନେଇ ପ୍ରଥମ ଦଫାରେ ରାମେଶ୍ୱର ଠାରୁ ରତନ ପୁର ପର୍ଯ୍ୟନ୍ତ ଉପକୂଳ ରାଜପଥ ପ୍ରସ୍ତୁତି ନେଇ ଡିପିଆର ପ୍ରସ୍ତୁତି ସରିଛି l ମାତ୍ର ରତନପୁର ଠାରୁ ଦିଘା ପର୍ଯ୍ୟନ୍ତ ଅପର ଅର୍ଦ୍ଧେକ ଦ୍ୱିତୀୟ ପର୍ଯ୍ୟାୟ ରେ ଡିପିଆର ପ୍ରସ୍ତୁତି ଅପେକ୍ଷା ରେ ରହିଛି l ପ୍ରକଳ୍ପ ଜମି ଅଧିଗ୍ରହଣ ନେଇ ପ୍ରକ୍ରିୟା ତ୍ବରାନ୍ୱିତ ଅପେକ୍ଷା ରେ ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲ ଅଧୀନ ଅଧିକାଂଶ ରାଜସ୍ବ ମୌଜା ଗୁଡିକର ଚାଷୀ ଙ୍କୁ ପର୍ଯ୍ୟାୟ କ୍ରମେ ନୋଟିସ ଜାରି କରାଯାଉଛି l ନୋଟିସ ପାଇ ଜମି ମାଲିକ ମାନେ ଧାର୍ଯ୍ୟ ଦିବସ ଦିନ ତହସିଲ ରେ ପହଂଚି ଦାବି ଉପସ୍ଥାପନ କରୁଛନ୍ତି l ଏହି ଭାବେ ଚଳିତ ମାସ ୧୪ ତାରିଖରେ କେୟାରବାଙ୍କ ରାଜସ୍ୱ ସର୍କଲ ଅଧୀନ ସଦର କେୟାର ବାଙ୍କ ମୌଜା ର ଚାଷୀ ମାନଙ୍କୁ ନିଜ ନିଜର ମତ ରଖିବାକୁ ନୋଟିସ ଜାରି କରାଯାଇଛି l ପୂର୍ବରୁ ତିଥି ଓ ଅନ୍ୟାନ୍ୟ ମୌଜା ରେ ଥିବା ସମ୍ପୃକ୍ତ ଗ୍ରାମର ଚାଷୀ ମାନେ ନୋଟିସ ପାଇଁ ହାଜିରା ହୋଇ ପକ୍ଷ ରଖିଛନ୍ତି l ଏନେଇ ଚାଷୀ ଏକାଧିକ ମୂଲ୍ୟବାନ ଜମି ହରାଇଲେ କୁଟୁମ୍ବ ଅପୋଷା ସହିତ ବେଉସା ବୁଡିବ ବୋଲି ଚିନ୍ତାରେ ଅଛନ୍ତି ଚାଷୀ l ଅନ୍ୟାନ୍ୟ ରାଜସ୍ବ ଗ୍ରାମର ଜମିହରା ଚାଷୀ ମାନଙ୍କ ଭଳି କେୟାରବାଙ୍କ ର ଚାଷୀ ମାନଙ୍କର ଗଠିତ ଜମି ହରା ଚାଷୀ କମିଟି ଜରିଆରେ ସରକାରୀ କଳ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି l ଏନେଇ ରବିବାର କେୟାରବାଙ୍କ କମିଟିର ସଭାପତି ବିଜୟ କୁମାର ନାଥ, ସମ୍ପାଦକ ରବୀନ୍ଦ୍ର କୁମାର ପାଳ, ଉପସଭାପତି ମାଧବ ଚରଣ ବାରିକ, ସହସମ୍ପାଦକ ଶରତ ଚନ୍ଦ୍ର ସେଠୀ ଙ୍କ ସମେତ ସୁରେଶ ବିଶ୍ୱାଳ, ଅଜୟ ମହାପାତ୍ର ଗରୁଡ଼ ବିଶ୍ୱାଳ,ପ୍ରହଲ୍ଲାଦ ବାରିକ ଓ ବୁଲା ବାରିକ ଆଦି ଜମି ହରା ଚାଷୀ ବୈଠକ ରେ ସାମିଲ ଥିଲେ l ସରକାର ଉପକୂଳ ଠାରୁ ୪0କିଲୋମିଟର ଦୂରରେ ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରସ୍ତୁତି କଲେ ରାଜପଥ ଆଇକଟ ବାହାରେ ଉପକୂଳ ପର୍ଯ୍ୟନ୍ତ ରହୁଥିବା ଜମି ଓ ଜନବସତି ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି l ରାଜପଥ ପ୍ରସ୍ତୁତି ନେଇ ଅଧିଗୃହିତ ହେବାକୁ ଥିବା ଜମି ର ସର୍ବାଧିକ ମୂଲ୍ୟ ଚାଷୀଙ୍କୁ ମିଳିବ କି ନାହିଁ ଏନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ପ୍ରସ୍ତାବିତ ରାଜପଥ ପ୍ରକଳ୍ପ ଉପକୂଳକୁ ସ୍ଥାନାନ୍ତରିତ କରନ୍ତୁ ନଚେତ ଚାଷଜମିର ଉଚିତ ମୂଲ୍ୟାଙ୍କନ ପାଇଁ ଚାଷୀ ଦାବି କରିବେ ବୋଲି କମିଟି ତରଫରୁ ଜଣାପଡିଛି