ଦଶପଲ୍ଲା୭/୧୨(ସବ୍ୟୁ): ଯାତ୍ରାଦେଖି ଯାଇଥିବା ଜଣେ ନା- ବାଳିକା କୁ ଅପହରଣ ଓ ପରେ ଦୁଷ୍କର୍ମ କରି ବିବାହ ର ମିଥ୍ୟା ପ୍ରତିଶୃତି ଦେଇ ନିଜ ଘରକୁ ନେବା ଓ ପରେ ମାଡ଼ପିଟ କରି ଘରୁ ତଡିଦେବା ଅଭିଯୋଗ ରେ ପୋଲିସ ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ଙ୍କ ନାଁ ବିଶ୍ୱନାଥ କଂହର ଓ ତାଙ୍କ ଘର ଦଶପଲ୍ଲା ଥାନା ଅନ୍ତର୍ଗତ ନନ୍ଦିନୀ ଲେମ୍ବୁଗୋଛା ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । ଯୁବକ ଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ କୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟ ଯେ,ଗତ ଜାନୁଆରୀ ମାସ ୭ ତାରିଖ ସନ୍ଧ୍ୟା ସମୟ ରେ ଦଶପଲ୍ଲା ଥାନା କୁରୁଡ଼ଙ୍ଗୀ ଗ୍ରାମର ଜଣେ ନା-ବାଳିକା ଗୁଣ୍ଠାପାଯୁ ଠାରେ ଥିବା ବାଗଦେବୀ ଙ୍କ ଯାତ୍ରା ଦେଖିବାକୁ ଯାଇଥିଲେ । ଏହି ସମୟ ରେ ନନ୍ଦିନୀ ଲେମ୍ବୁଗୋଛା ଗ୍ରାମର ସୁକୁରିଆ କଂହର ଙ୍କ ପୁଅ ବିଶ୍ୱାନାଥ କଂହର ଉକ୍ତ ନା-ବାଳିକା କୁ ଅପହରଣ କରି ଉଦୁଡା ଗ୍ରାମରେ ଥିବା ତାର ନାନୀ ଘରକୁ ନେଇ ଯାଇଥିଲା। ସେଠାରେ ବିଶ୍ୱାନାଥ ନା-ବାଳିକା କୁ ଦୁଷ୍କର୍ମ କରିବା ସହ ବିବାହ ର ମିଥ୍ୟା ପ୍ରତିଶୃତି ଦେଇଥିଲେ । ବିବାହ କରିବା କହି ଯୁବକ ଜଣକ ନା ବାଳିକା କୁ ଧରି ନିଜଘର ନନ୍ଦିନୀ ଲେମ୍ବୁଗୋଛା କୁ ଆସିଥିଲେ । ଏହା ଜଣା ପଡିବାପରେ ଉଭୟ କୁରୁଡ଼ଙ୍ଗୀ ଓ ନନ୍ଦିନୀ ଲେମ୍ବୁଗୋଛା ର ଗ୍ରାମ ସଭାପତି ଙ୍କୁ ନା- ବାଳିକା ପରିବାର ପକ୍ଷରୁ ଜଣା ଯାଇଥିଲା । ପରେ ଉଭୟ ଗ୍ରାମର ସଭାପତି ଓ ଭଦ୍ରଲୋକ ଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନା-ବାଳିକା ଯୁବକ ଙ୍କ ଘରେ ରହିବେ ଏବଂ ୧୮ ବର୍ଷ ପରେ ଉଭୟ ଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଥିଲା । ମାତ୍ର କିଛିଦିନ ନା-ବାଳିକା ବିଶ୍ୱାନାଥ ଙ୍କ ଘରେ ରହିବା ପରେ ଗତ ନଭେମ୍ବର ମାସ ୧୮ ତାରିଖରେ ବିଶ୍ୱାନାଥ, ତାଙ୍କ ଭାଇ ବିଜୟ ଓ ଭାଉଜ ଉପାସି ମାଡ଼ ମାରି ନା-ବାଳିକା ଙ୍କୁ ଘରୁ ବାହାର କରି ଦେଇଥିବା ବେଳେ ନା-ବାଳିକା ତାଙ୍କ ବାପା ଘର କୁରୁଡ଼ଙ୍ଗୀ ଗ୍ରାମକୁ ଫେରି ଆସିଥିଲେ ବୋଲି ଗତ ୨୨ ତାରିଖ ଦିନ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଚାଳିତମାସ ୬ ତାରିଖରେ ଯୁବକ କୁ ଗିରଫ କରିଥିବା ବେଳେ ୭ତାରିଖ ଗୁରୁବାର ଦିନ ନୟାଗଡ ପସ୍କୋ କୋର୍ଟ ରେ ହାଜର କରିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।