ପାରାଦୀପ : ଦେଶର ସୁରକ୍ଷା ପାଇଁ ଘର ଛାଡି ପାରାଦୀପ ଆସିଥିଲେ | ରାତି ଦିନ ଏକ କରି ସମୂଦ୍ର ଭିତରେ ଦେଶକୁ ଜଗିଲେ | ଆଉ ଶେଷରେ ରାସ୍ତା ଉପରେ ମାଡ ଖାଇ ଆଖି ଆଗରେ ନିଜ ଧର୍ମପତ୍ନୀ ଙ୍କୁ ଖରାପ ବ୍ୟବହାର ହେଉଥିବା ଦେଖିଲେ | ସବୁ ପରେ ବି ଧର୍ଯ୍ୟହରା ନହୋଇ ନ୍ୟାୟ ପାଇଁ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ସେତେଟା ନ୍ୟାୟ ନମିଳିବାରୁ ଯାଇ ଏସ୍ପି ଙ୍କୁ ଦେଖାକଲେ | ଏଭଳି ଘଟଣା ଘଟିଛି ପାରାଦୀପ ରେ କାର୍ଯ୍ୟରତ ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଡେପୁଟି କମାଣ୍ଡାଣ୍ଟ ଭିନିତ ସିଂ ଚୌହାନ ଙ୍କ କ୍ଷେତ୍ରରେ | ଭିନିତ ନିଜ ଧର୍ମପତ୍ନୀ ଙ୍କ ସହ ଭୁବନେଶ୍ବର ରୁ ପାରାଦୀପ ଏକ କାର ଯୋଗେ ଫେରୁଥିବା ବେଳେ ସ୍ତାନୀୟ ନୂଆଗଡ଼ ଛକ ରେ ରାସ୍ତା ଉପରେ ଶୋଇଥିବା ଗୋରୁ ଙ୍କ ସହ ଧକ୍କା ହୋଇଥିଲା | ଏହି ଘଟଣାରେ କିଛି ନୂଆଗଡ଼ ର କିଛି ଯୁବକ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଆଖି ସାମ୍ନାରେ ତାଙ୍କ ଧର୍ମପତ୍ନୀ ଙ୍କୁ ଖରାପ ବ୍ଯବହାର କରିଥିଲେ | ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ଆଉ ଜଣେ ଯବାନ ଓ ତାଙ୍କ ଧର୍ମପତ୍ନୀ ମଧ୍ଯ ଉତ୍ୟକ୍ତ ଯୁବକଙ୍କ ଆକ୍ରମଣର ଶିକାର ହେଲେ | ସ୍ତାନୀୟ ଲକ ଥାନା ରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ 25 ଜଣ ଙ୍କ ମଧ୍ୟରୁ 2 ଜଣଙ୍କୁ ଗିରଫ କଲା କିନ୍ତୁ ସେମାନେ ସକାଳେ ଯାଇ ସନ୍ଧ୍ୟାରେ ବେଲ ରେ ଆସିଲେ | ପୋଲିସ ର ତଦନ୍ତ ରେ ଓ ମାମଲା ରୁଜୁ ପରେ ଦଫା ଦେବାରେ କୋହଳ ହେତୁ ଅଭିଯୁକ୍ତ ମାନେ ଖସିଯିବାକୁ ବସିଥିବା ବେଳେ ଉକ୍ତ ଗ୍ରାମର ଜୈନିକ ଠିକାଦାର ଥାନା ଠାରୁ କୋଷ୍ଟଗାର୍ଡ ଯାଇ ଡେରା ପକାଇ ମାମଲା କୁ ରଫାଦଫା କରିବାକୁ ଯୋଜନା କରିଥିବା ମଧ୍ଯ ସେମାନେ ଅଭିଯୋଗ କରିଥିବା ଶୁଣିବାକୁ ମିଳୁଛି | ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସହ ଡେପୁଟି କମାଣ୍ଡାଣ୍ଟ ଓ ତାଙ୍କ ଧର୍ମପତ୍ନୀ ଭେଟି ପ୍ରାୟ ଏକଘଣ୍ଟା ସାକ୍ଷାତ କରି ଫେରିଥିବା ବେଳେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରିଥିବା ଜଣାପଡିଛି | ବାସ୍ତବରେ ଏହି ଘଟଣା କୋଷ୍ଟଗାର୍ଡ ରେ ଏକ ଆଲୋଡନ ସୃଷ୍ଟି କରିଥିଲା ବେଳେ ଜଣେ ଡେପୁଟି କମାଣ୍ଡାଣ୍ଟ ଆଉ ତାଙ୍କ ଧର୍ମପତ୍ନୀ ଙ୍କ ସହ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୁକ୍ତ ଓ ଜୈନିକ ଠିକାଦାର ଙ୍କ ପ୍ରତି ଆଖି ଦୃଶିଆ ପଦକ୍ଷେପ୍ଦ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି |