Odisha news

ରାଜଧାନୀରେ ସଶସ୍ତ୍ର ଡକାୟତି, ଦମ୍ପତିଙ୍କୁ ବାର୍ଥରୁମ୍ ରେ ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ 

0
ବାରଙ୍ଗ :  ରାଜଧାନୀ ଉପକଣ୍ଠ ରେ ସଶସ୍ତ୍ର ଡକାୟତି । ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ହାତ ଗୋଡ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଯାହାକୁ ନେଇ ଏବେ ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏଭଳି ଘଟଣା ନନ୍ଦନକାନନ ଥାନା ଅଞ୍ଚଳ ରେ ଦେଖିବାକୁ ମିଳିଛି ।  ରାତି ଅଧରେ ମୁଖା ପିନ୍ଧି ୭ ରୁ ୮ ଡକାୟତ ଘର ମାଲିକ ଓ ତାଙ୍କ ପତ୍ନୀଙ୍କ ହାତ-ଗୋଡ଼ ବାନ୍ଧି ବାଥରୁମ୍‌ରେ ପୂରାଇ ଲୁଟ୍‌ପାଟ୍‌ କରିଥିବା ନେଇ ଥାନା ରେ  ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଓ ପୋଲିସ ଛାନଭିନ୍ ଜାରିରଖିଛି ।
ସୂଚନା ମୁତାବକ ନନ୍ଦନକାନନ ଥାନା ମାରୁତି ବିହାର ଭୋଳ ରେସିଡେଣ୍ଟ ରେ ପରିବାର ସହ ରାକେଶ ଚାନ୍ଦ ଓ ତାଙ୍କ ପତ୍ନୀ ଏଲିଶ୍ରି ଦେ ଚାନ୍ଦ  ରୁହନ୍ତି । ଶୁକ୍ରବାର ରାତିରେ ପୂରା ପରିବାର ଖାଇପିଇ ସୋଇପଡିଥିବା ବେଳେ ରାତି ଅଧରେ ୭ ରୁ ୮ ଜଣ ଡକାୟତ କଳା ଡ୍ରେସ୍‌ ଓ ମୁଖା ପିନ୍ଧି ରୋଷେଇ ଘର ଝରକା ତାଡି ଘରେ ପଶିଥିଲେ । ପରେ ବେଡ୍‌ ରୁମ୍‌ରେ ପଶିବାକୁ ଉଦ୍ୟମ କରିଥିଲେ। ବେଡ୍‌ ରୁମ୍‌ କବାଟ ବନ୍ଦ ଥିବାରୁ ଲକ୍‌ ଭାଙ୍ଗିଥିଲେ । ଚୋରମାନେ ହାତରେ କଟୁରୀ, ଛୁରୀ , ଶାବଳ ,ଆରି ପତିଆ ଧରି ପ୍ରଥମେ ଦୁଇ ପିଲାଙ୍କୁ ଉଠାଇ ନେଇ ମାରିଦେବାକୁ ଧମକ ଦେଇଥିଲେ ।
ଏହା ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ହାତ, ଗୋଡ଼ ବାନ୍ଧି ସେମାନଙ୍କୁ ବାଥ୍‌ ରୁମ୍‌ରେ ପୂରାଇ ବାହାର ପଟୁ  ବନ୍ଦ କରିଦେଇଥିଲେ । ସ୍ୱାମୀ-ସ୍ତ୍ରୀ ବାଥ୍‌ ରୁମ୍‌ରେ ଭର୍ତ୍ତି କରିବା ପରେ ଚୋରମାନେ ଘରେ ଲୁଟ୍‌ ପାଟ କରିଥିଲେ। ଘରେ ଟଙ୍କା ବେଶୀ ନପାଇବାରୁ ପୁଣି ଦମ୍ପତିଙ୍କୁ ଧମକାଇଥିଲେ । ଏବଂ ନିଜ ନିଜ ଭିତରେ ସୁନା ଚେନ କୁ ନେଇ ଉଭୟ ଙ୍କ ମଧ୍ୟରେ ଝଗଡ଼ା କରିଥିଲେ ।ଡକାୟତମାନେ ହିନ୍ଦୀ ଓ ଓଡ଼ିଆ ଭାଷାରେ କଥା ହେଉଥିଲେ ବୋଲି ଡକାୟତି ର ଶିକାର ହୋଇଥିବା ଦମ୍ପତି କହିଛନ୍ତି।ପାଖାପାଖି ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଘରେ ରହିବ ପରେ ୬ ରୁ ୭ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୨ ହଜାର ଟଙ୍କା ଲୁଟ୍‌ପାଟ କରି ସେମାନେ ପଳାଇ ଯାଇଥିଲେ । ଶନିବାର ସକାଳେ ରମେଶ ଚାନ୍ଦ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କମିଶନରେଟ୍‌ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ଏଡିପି ରମେଶ ବିଶୋଇ ଘଟଣା ସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିଛନ୍ତି ।ତେବେ ପୂର୍ବରୁ ମଧ୍ୟ ଗତ ଏପ୍ରିଲ୍ ମାସରେ ଡକାୟତି ହୋଇଥିବା ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ବି ଆର ୨୦ ନମ୍ୱର ଘରେ ମଧ୍ୟ ଦମ୍ପତି ଘରେ ନଥିବା ବେଳେ  ଡକାୟତି ହୋଇଥିଲା । ସେ ନେଇ ନନ୍ଦନକାନନ ଥାନା ରେ ଅଭିଯୋଗ କରିଥିଲେ ।ଏଯାବତ୍ ଏହି ଲୁଟ ର କୌଣସି ଟେର ପୋଲିସ ପାଇନଥିବା ବେଳେ ଆଜିର ଘଟଣା ସମସ୍ତ ଙ୍କୁ ଭାୟବିତ କରିଦେଇଛି ।ଏଭଳି ଘଟଣା ବାରମ୍ବାର ଘଟିବା ଓ ପୋଲିସ ଏମାନଙ୍କ ଟେର ନ ପାଇବା କୁ ଦେଖି ଅଞ୍ଚଳବାସୀ ଏବେ ସୁରକ୍ଷିତ ମଣୁ ନାହାଁନ୍ତି  । ତେବେ ପୋଲିସ ର ୨୪ ଘଣ୍ଟିଆ ପେଟ୍ରୋଲିଙ୍ଗ ବ୍ୟବସ୍ଥା ରହିଥିବା ବେଳେ ଏହି ଅଞ୍ଚଳ ରେ ପେଟ୍ରାଲିଙ୍ଗ କରାଯାଉ ନାହିଁ ଯାହାଫଳରେ ଡକାୟତି ହେଉଛି ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Govt
Leave A Reply