Odisha news

ନାରାୟଣପୁରରେ ଯୁବକଙ୍କୁ ହତ୍ୟା ମାମଲା , ମୃତକଙ୍କ ପତ୍ନୀ ଗିରଫ

0
ବ୍ରହ୍ମପୁର,୨୫।୧୧ : ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ଯୁବକ ଶଙ୍କର ବିଷୋୟୀ(୩୦)ଙ୍କୁ ହତ୍ୟା ଘଟଣାରେ ପୁଲିସ ତାଙ୍କ ପତ୍ନୀ ଶିବାନୀ ବିଷୟୋୀଙ୍କୁ ଗିରଫ କରିଛି ା ଘଟଣା ଦିନ ମୃତ ଶଙ୍କର ଏବଂ ତାଙ୍କ ପତ୍ନୀ ଶିବାନୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ଶଙ୍କର ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି ା ଆଜି ଶିବାନୀଙ୍କୁ ଗିରଫ ପରେ ଅଦାଲତ ଚାଲାଣ କରାଯାଇଛି ା ପ୍ରକାଶଯୋଗ୍ୟଯେ, ଗତ ୨୧ ତାରିଖ ସକାଳୁ ନାରାୟଣପୁର ଗ୍ରାମର ଶଙ୍କର ବିଷୋୟୀଙ୍କ ତାଙ୍କ ବନ୍ଦ ଘର ଭିତରୁ ଜବତ ହୋଇଥିଲା ା ପୁଲିସ ଘଟଣାସ୍ଥଳରୁ ରକ୍ତଭିଜା କାଠ ଫାଳିଆ ମଧ୍ୟ ଜବତ କରିଥିଲା ା ପାରିପାର୍ଶିକ ପରିସ୍ଥିତିରୁ ପୂର୍ବ ଦିନ ରାତିରେ ହିଁ ଶଙ୍କରଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଥିବା ସନ୍ଦେହ ଉପୁଜିଥିଲା ା ଘଟଣାକୁ ନେଇ ଶଙ୍କରଙ୍କ ବଡଭାଇ ସତ୍ୟବାନ ବିଷୟୋୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ କରିଥିଲା ା ତଦନ୍ତ ବେଳେ ଘଟଣା ପୂର୍ବ ଦିନ ଶଙ୍କରଙ୍କ ସହ ଘରେ ତାଙ୍କ ପତ୍ନୀ ଓ ୧୨ ବର୍ଷର ପୁଅ ରହିଥିବା ପୁଲିସ ଜାଣିବାକୁ ପାଇଥିଲା ା ହେଲେ ମୃତହେଦ ଉଦ୍ଧାର ବେଳେ ଘରେ ପତ୍ନୀ ଓ ପୁଅ ଅନୁପସ୍ଥିତ ଥିଲେ ା ତେଣୁ ପୁଲିସର ସନ୍ଦେହ ବଢିଥିଲା ା ପୁଅକୁ ଧରି ତାଙ୍କ ପତ୍ନୀ ଶିବାନୀ ନିଜ ବାପ ଘରକୁ ଚାଲିଯାଇଥିବା ଜଣାପଡ଼ିଥିଲା ା ଏହା ଭିତରେ ପୁଲିସ ଶଙ୍କରଙ୍କ ସହ ସମ୍ପର୍କରେ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା କରିଥିଲା ା ହେଲେ ହତ୍ୟାର କୌଣସି ସୁରାକ ମିଳିପାରିନଥିଲା ା ପରେ ତାଙ୍କ ପତ୍ନୀଙ୍କୁ ଆଣି ପଚରାଉଚରା ବେଳେ ସେ ନିଜ ଭୁଲ ସ୍ବୀକାର କରିଥିଲେ ା ଶଙ୍କର ସବୁବେଳେ ମଦ୍ୟପାନ କରି ଘରକୁ ଆସି ାଙ୍କ ମାରଗପିଟ କରୁଥିଲେ ା ୨୦ ତାରିଖ ସନ୍ଧ୍ୟାରେ ଶଙ୍କରଙ୍କ ସହ ତାଙ୍କର ଝଗଡା ହୋଇଥିଲା ା ଆଉ ଧସ୍ତାଧସ୍ତି ବେଳେ ଶଙ୍କର ତଳେ ପଡିଯାଇଥିଲେ ା ଏହା ଦେଖି ଶିବାନୀ ନିଜ ପୁଅକୁ ଧରି ସନ୍ଧ୍ୟାରେ ହିଁ ନିଜ ବାପ ଘରକୁ ଚାଲିଯାଇଥିଲେ ା ହେଲେ ଏହାର କିଛି ସମୟ ପରେ ଶଙ୍କରଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ଜଣାପଡ଼ିଛି
Leave A Reply