ପାରାଦୀପ : ଚଳିତ ବର୍ଷ ପାରାଦୀପ ବନ୍ଦର କର୍ତ୍ତୁପକ୍ଷ ଙ୍କ ପକ୍ଷ୍ୟରୁ ଆୟୋଜିତ ହେବାକୁ ଯାଉଥିବା ବୋଇତ ବନ୍ଦାଣ ଉତ୍ସବ ରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାପାଇଁ ଆସୁଛନ୍ତି | ଏଥିପାଇଁ ପ୍ରତିଦିନ ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ବହୁ ଉଚ୍ଚ ଅଧିକାରୀ ଙ୍କ ସମୀକ୍ଷା ଏବଂ ଘନଘନ ଗ୍ରସ୍ତ ପାରାଦୀପ କୁ ଚାଲିଥିବା ବେଳେ କାନ୍ଥ ବାଡ଼ ରଙ୍ଗିନ କରାଯିବା ରାସ୍ତା ଘାଟ ସଫା କରାଯିବା ଓ ସୁରକ୍ଷା ଦୃଷ୍ଟି ରୁ ପାରାଦୀପ ବସ ଷ୍ଟାଣ୍ଡ କୁ ସାମୟିକ ଭାବେ ସ୍ଥାନାନ୍ତରିତ କରାଯିବା ଦେଖିବାକୁ ମିଳିଛି | ମହାମହିମ ଙ୍କ ଗ୍ରସ୍ତ କିଭଳି ସୁରକ୍ଷିତ ଓ ସୁରୁଖୁରୁ ରେ ଶେଷ ହେବ ସେଥିପାଇଁ ବନ୍ଦର କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି | କିନ୍ତୁ ବଡ ବିଡ଼ମ୍ବନା ର ବିଷୟ ତିନି ଦିନ ହେବ ଶତାଧିକ ଶ୍ରମିକ ପାରାଦୀପ ପିଆଇସିଟି କମ୍ପାନୀ ଫାଟକ ଆଗରେ ଅହୋରାତ୍ର ଧାରଣା ରେ ବସିଛନ୍ତି | ଆଜି ସେମାନେ ନିଜ ପିଲା ଛୁଆ ଙ୍କୁ ଧାରଣା ରେ ସାମିଲ କରିବାକୁ ଯାଉଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି | ଶ୍ରମିକ ମାନେ ସେମାନଙ୍କ ନାର୍ଯ୍ୟ ଦାବି ନେଇ ଲଢେଇ କରୁଥିବା କହୁଥିବା ବେଳେ ଏମାନେ କୁଆଡେ ଅତିରିକ୍ତ ଶ୍ରମ ବିଭାଗ ଅଧିକାରୀ ଙ୍କ ନିକଟରେ ଧାରଣା ଦେବେ ନାହିଁ ବୋଲି ଲିଖିତ ଦେଇ ଆସି ଏଠାରେ ପୁଣି ଧାରଣା ଦେଉଥିବା କମ୍ପାନୀ ର ଠିକାଦାର ପ୍ରକାଶ କରିଛନ୍ତି | ଜୈନିକ ଶ୍ରମିକ ନେତା ବୋଲାଉଥିବା ବ୍ୟକ୍ତି କିଛି ଶ୍ରମିକ ମାନଙ୍କୁ କମ୍ପାନୀ ଗେଟ ପାଖରେ ବସାଇ ସେପଟେ ଶ୍ରମିକ ମାନଙ୍କ ପରିବାର କୁ ଆନ୍ଦୋଳନ ରେ ସାମିଲ କରିବା ପାଇଁ ଯୋଜନା କରୁଥିବା ଓ ଅନ୍ୟପଟେ ରାଷ୍ଟ୍ରପତି ଙ୍କ ଗ୍ରସ୍ତ ପୂର୍ବଦିନ ଆମେ ଆନ୍ଦୋଳନ ୨୧ରୁ ଉଠିବୁ ବୋଲି କୁଆଡେ ପ୍ରଶାସନ କୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଓ କମ୍ପାନୀ ସହ ଭିତିରି ଆଲୋଚନା କରୁଥିବା ଚର୍ଚା ବଢିବାରେ ଲାଗିଛି | ସେ ଯାହା ହେଉନା କାହିଁକି ଜଗତସିଂପୁର ଜିଲ୍ଲା ଓ ବନ୍ଦର ନଗରୀ ପାରାଦୀପ କୁ ମହାମହିମ ଙ୍କ ଏହା ପ୍ରଥମ ଗ୍ରସ୍ତ ହୋଇଥିବା ବେଳେ ଆନ୍ଦୋଳନରତ ଶ୍ରମିକ ମାନଙ୍କ ସହ ପ୍ରଶାସନ ଶୀଘ୍ର ଆଲୋଚନା କରି କିଛି ଦୃଢ଼ ପଦକ୍ଷେପ ନେବା ସହ ସେମାନଙ୍କୁ ଆନ୍ଦୋଳନ ୨୧ରୁ ଉଠାଇ ମହାମହିମ ଙ୍କ ଗ୍ରସ୍ତ କୁ ସରସ ସୁନ୍ଦର କରିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି |