Odisha news

ତ୍ରିଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

0
 ନୂଆପଡ଼ା-୨୪/୧୧- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସଦର ମହକୁମା ସ୍ଥିତ ହାଇସ୍କୁଲ ଠାରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଶୁକ୍ରବାର ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ଉତ୍ସବର ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ପ୍ରାୟ ୪୬୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରଥମ ଦିବସରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବିଶ୍ବମ୍ବର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ମୋ ସ୍କୁଲ ଅଭିଯାନ କମିଟି ସଭାପତି ତ୍ରୀନାଥ ମେହେର, ସ୍କୁଲ ପରିଚାଳନା ସମିତି ସଦସ୍ୟ ମଧୁସୂଦନ ମାଝୀ ଉପସ୍ଥିତ ରହିଥିଲେ । ସେହିପରି ଉଦଯାପନୀ ସମାରୋହର ମୁଖ୍ଯଅତିଥି ଭାବରେ ବିଇଓ ଯତୀନ୍ଦ୍ର କୁମାର ସେଠ ଓ  ସମ୍ମାନିତ ଅତିଥି ରୂପେ ଷ୍ଟେଟବ୍ଯାଙ୍କ ଶାଖା ପରିଚାଳକ ଉତ୍କଳ ରଞ୍ଜନ ପ୍ରଧାନ, ସମାଜ ସେବୀ ପ୍ରଦୀପ କୁମାର ଜୈନ, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରଶେଖର ନାଏକ, କ୍ରୀଡାବିତ୍ ରଜନୀ ମାଝୀ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାକୁ ଶିକ୍ଷକ ମନୋରଞ୍ଜନ ମେହେର ସଂଯୋଜନା କରିଥିଲେ । କ୍ରୀଡ଼ା ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ରୁକମନ ସୋରୀ ଓ ରୁବି ମେହେର ଏବଂ କନିଷ୍ଠ ବର୍ଗରେ ଚନ୍ଦ୍ରଭାନୁ ମାଝୀ ଓ ଜ୍ଯୋସ୍ନା ନିଆଲ ଶ୍ରେଷ୍ଠ ବିବେଚିତ ହୋଇଥିଲେ । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ପୁରସ୍କାର ବିତରଣକୁ ମହେଶ କୁମାର ମେହେର ପରିଚାଳନା କରିଥିଲେ । ଉଦଯାପନୀ ସମାରୋହରେ ସ୍ଵତନ୍ତ୍ର ବିଜୟ ମାରାଥନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରାୟ ଏକ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସ୍ଥାନୀୟ ମହାବିଦ୍ୟାଳୟ ଠାରୁ ମାରାଥନ ରେ ଦୌଡ଼ି କ୍ରୀଡ଼ାସ୍ଥଳକୁ ଆସିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ନୀଲେନ୍ଦ୍ରୀ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାକୁ ସଞ୍ଚାଳନ କରିବାରେ  ମୁବାରକ ଖାନ, ଅନିଲ କୁମାର ସା, ନିକୁଞ୍ଜ ସା , ରଶ୍ମିପ୍ରଭା ମେହେର, ଅଜିତ କୁମାର ମେହେର, ସତ୍ୟରୁପା ଯୋଷୀ, ପର୍ତିଶ୍ବରୀ ପାତ୍ର, ସୁରଭି ପଣ୍ଡା, ଲକ୍ଷ୍ମୀପ୍ରିୟା ମେହେର, ଜୟଶ୍ରୀ ସ୍ବାଇଁ, ସୁଭ୍ରାଶୁଂ ଦାସ, ମୀନତି ମେହେର, ତ୍ରିଲୋଚନ ଡାଙ୍ଗ, କେଶର ସା, ଭୁବନେଶ୍ୱର ଯୋଷୀ, କେଦାର ନାଥ କାଣ୍ଡ, ଆଶିଷ କୁମାର ସା , କନକ ମଂଜରୀ ପଣ୍ଡା ସହଯୋଗ କରିଥିଲେ । ଶେଷରେ କମଳଜିତ ବୈକାର ଧନ୍ଯବାଦ ପ୍ରଦାନ କରିଥିଲେ।
Leave A Reply