Odisha news

ଯୁବକଙ୍କ ରାମ ପ୍ରୀତି :- ୨୨ ଜାନୁଆରୀ ୨୦୨୪ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେବେ ଓଡିଶା ପଦଯାତ୍ରୀ ଭକ୍ତ

0

ନୂଆପଡା- ୨୩/୧୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ରାମ ଭକ୍ତ ଦୁଇ ଯୁବକ ଅଯୋଧ୍ୟା ଧାମକୁ ପଦ ଯାତ୍ରା କରି  ନୂଆପଡ଼ା ଜିଲ୍ଲା ସଦର ମହକୁମା କୁ ପହଞ୍ଚିଛନ୍ତି। ସେମାନଙ୍କୁ ଭବ୍ୟ ସ୍ଵାଗତ କରି ଆଜି ସ୍ଥାନୀୟ ଶିଶୁ ମନ୍ଦିର ରେ ଖାଦ୍ୟ ପେୟ ସହ ରାତ୍ରୀ ଯାପନ ପାଇଁ ବ୍ୟବସ୍ଥା କରା ଯାଇଛି। ବଲାଙ୍ଗୀର ଜିଲ୍ଲା ସୁଦୂର ଟିଟିଲାଗଡ ସହର ରୁ ଉତ୍ତର ପ୍ରଦେଶର ଶ୍ରୀ ରାମଙ୍କ ଜନ୍ମଭୂମୀ ଅଯୋଧ୍ୟା ଧାମକୁ ଦୁଇ ଉତ୍ସାହିତ ଧର୍ମ ପ୍ରେମୀ ଯୁବକଙ୍କ ପଦଯାତ୍ରା କରିବା ଏକ ପ୍ରେରଣା ର ଉତ୍ସ ଏ ହିନ୍ଦୁ ଯୁବ ସମାଜ ପ୍ରତି କହିଲେ ଅତି ଶିୟୋକ୍ତି ହେବ ନାହିଁ। ଖବର ନେବାରୁ ପ୍ରାକାଶ ଯେ , ଟିଟିଲାଗଡ ସହର ର ଦୁଇ ବଜରଙ୍ଗ ଦଳ ର ଯୁବକ ପିଣ୍ଟୁ ଛତ୍ରୀଆ (୨୨) ଓ ଶିବା ସୁନା (୨୬) ଗତ ୧୯ ନଭେମ୍ବର ୨୦୨୩ ରେ ପଦ ଯାତ୍ର ଆରମ୍ଭ କରି ଆଜି ନୂଆପଡ଼ା ଜିଲ୍ଲାର ଖଡିଆଳ, କୋମନା ଅତିକ୍ରମ କରି ନୂଆପଡ଼ା ଜିଲ୍ଲା ସଦର ମହକୁମା ରେ ପହଞ୍ଚିଛନ୍ତି, ବଜରଙ୍ଗ ଦଳ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଛି। ଆସନ୍ତା କାଲି ଦୁଇ ଉତ୍ସାହିତ ଧର୍ମ ପ୍ରେମୀ ଯୁବକ ଖରିଆର ରୋଡ ଦେଇ ଛତିଶଗଡ ରାଜ୍ୟ ବାଗବାହାରା ନଗର କୁ ପ୍ରବେଶ କରିବେ। ତାଙ୍କ ଏହି ପଦଯାତ୍ରା ସମ୍ପର୍କ ରେ ଉଭୟ ଦୁଇ ପଦଯାତ୍ରୀଙ୍କୁ ପଚାରିବାରୁ ସେମନେ ଉକ୍ତ ପଦଯାତ୍ରା ସମ୍ପର୍କ ରେ ପ୍ରକାଶ କଲେ ଯେ ଆସନ୍ତା ୨୨ଜାନୁଆରୀ ୨୦୨୪ ଦିନ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ, ତେଣୁ ସେମାନେ ଉକ୍ତ ଉତ୍ସବ ରେ ଯୋଗ ଦେବାକୁ ପଦଯାତ୍ରା ଆରମ୍ଭ କରିଛନ୍ତି। ଉପରୋକ୍ତ ଦୁଇ ଯୁବକଙ୍କ ଉତ୍ସାହ ଦେଖି ଅଞ୍ଚଳ ର ସମସ୍ତ ଧର୍ମ ପ୍ରେମୀଗଣ ତାଙ୍କ ପଦଯାତ୍ରା ସହଜ,ସଫଳ ଓ ଅନ୍ୟ ପାଇଁ ପ୍ରେରଣା ର ସ୍ରୋତ ହୋଇ  ସନାତନ୍ ଧର୍ମର ବିଜୟ ପତାକା ବିଶ୍ଵ ଦରବାରରେ ବିକଶିତ ହେଉବୋଲି ମତ ପ୍ରକାଶ କରିଥିଲେ।

Govt
Leave A Reply