Odisha news

କ୍ରିକେଟ ପ୍ରତିଯୋଗିତାରେ ମୟୂରଭଞ୍ଜ ରୁ ୩୦

0

ବାରିପଦା  : ଓଡିଶା ରାଜ୍ୟସ୍ତରୀୟ ୧୭ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗର କ୍ରିକେଟ ପ୍ରତିଯୋଗିତା ଚଳିତ ନଭେମ୍ବର ମାସ ୨୩ ରୁ ୨୬ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବୁର୍ଲା ଠାରେ ଚାଲୁଅଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ବାଳକ ଟିମ ମ୍ୟାନେଜର ଭାବେ ଖୁଣ୍ଟା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁକୁରାର ପିଇଟି ଅକ୍ଷୟ ବାରିକ ଓ ବାଳିକା ଟିମ ମ୍ୟାନେଜର ଭାବେ ବାରିପଦା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ସୁକାନ୍ତି ମହାନ୍ତଙ୍କ ନେତୃତ୍ୱରେ ୩୦ଜଣ କ୍ରୀଡାବିତ୍ତ ଯୋଗ ଦେଇଛନ୍ତି । କ୍ରିକେଟ ପ୍ରତିଯୋଗିତାରେ ସେମାନେ ହେଲେ ୧୭ବର୍ଷରୁ କମ ବାଳକ ବିଭାଗରେ ଅବିନାଶ ବାରିକ, ଅମିର ରଞ୍ଜନ ଗିରି, ଆଲୋକ ମଲ୍ଲିକ, ରାଜେଶ ସେଠୀ, ସ୍ନେହାଂଶ ରାଉତ, ଜି.ଏନ. ବିଶ୍ୱପ୍ରକାଶ, ଚନ୍ଦନ ସିଂ, ହିମାଂଶୁ ଶେଖର ମହାନ୍ତ, ରାଜକୁମାର ବେହେରା, ଦୀପଙ୍କର ବେହେରା, ଲିପୁନ ଦାସ, ଗଣେଶ ମୁର୍ମୁ, କରୁଣା ନାୟକ, ଆକାଶ ମହାକୁଡ଼, ପାର୍ଥସାରଥୀ ବେହେରା ଓ ବାଳିକା ବିଭାଗରେ ଗୀତାଞ୍ଜଳି ମୁର୍ମୁ, ବିଷ୍ଣୁପ୍ରିୟା ନାଏକ, ଶୁଭସ୍ମିତା ମହାନ୍ତ, ସୁନିତା ମହାନ୍ତ, ଆଦ୍ୟାଶା ମହାନ୍ତ, ଅନ୍ୟାଶା ପଣ୍ଡା, ରେଣୁ ନାଏକ, ପାନ ସୋରେନ, ସାବିତ୍ରୀ ସୋରେନ, ଲକ୍ଷ୍ମୀପ୍ରିୟା ସୋରେନ, ଦିପାଲୀ ସିଂ, ବର୍ଷା ସିଂ, ଭାଗ୍ୟଶ୍ରୀ ମହାନ୍ତ, ଗାୟତ୍ରୀ ସିଂ, ଶୁଭଲା ମୁଣ୍ଡା । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି ।

Leave A Reply