ବ୍ରହ୍ମପୁର : ଆଜି ବ୍ରହ୍ମପୁର ମହାନଗର ବିଜୁ ଛାତ୍ର ଜନତା ଦଳ ତରଫରୁ ‘ଆମ ଓଡିଶା ନବୀନ ଓଡିଶା ‘ମାଧ୍ୟମରେ ନୂତନ ଭୋଟର ପଞ୍ଜିକରଣ କେନ୍ଦ୍ର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଓ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଠାରେ ମହାନଗର ଛାତ୍ର ଜନତାଦଳ ର ସଭାପତି ଶୋଭନ ନାୟକ ଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଛି। ଭୋଟର ତାଲିକାରେ ନୂତନ ଛାତ୍ର ଛାତ୍ରୀ ନୂତନ ଭୋଟ ଭାବେ ଭୋଟ ଦେବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ବିଜୁଛାତ୍ରଜନତା ଦଳ ର ଜିଲ୍ଲା କୋଅର୍ଡିନେଟର ବିଜୟ ବସନ୍ତିଆ, ଗଞ୍ଜାମ ଜୋନ ଛାତ୍ର ସଭାପତି ଜ୍ୟୋତିରଞ୍ଜନ ସାହୁଜିଲ୍ଲା ଡିଜିଟାଲ ସେକ୍ରେଟାରୀ ନିଖିଳ ଚୌଧୁରୀ, ଜିଲ୍ଲା ସମ୍ପାଦକ ଦୋଳରଞ୍ଜନ ନାୟକ,ଶୀର୍ଷକ ପାତ୍ର,ମହାନଗର ସାଧାରଣ ସମ୍ପାଦକ ଅବିନାଶ ମହାନ୍ତି, ସାଇ କୁମାର,ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ର ଛାତ୍ର ଜନତାଦଳ ର ଛାତ୍ର ନେତା ଓମ ସେଠି, ଆକାଶ, ଜିତେନ, ଦୀପକ, ବିନାୟକଆଚାର୍ଯ୍ୟ ମହାବିଦ୍ୟାଳୟ ର କ୍ୟାମ୍ପସ କୋଅର୍ଡିନେଟର ଶ୍ରୀକାନ୍ତ ଙ୍କ ସମେତ ବହୁ ଛାତ୍ର ନେତା ଉପସ୍ଥିତ ରହିକି ବିଜୁ ଛାତ୍ର ଜନତାଦଳ ତରଫରୁ ସମସ୍ତ ନୂତନ ଭୋଟର ତଥା ନୂତନ ଛାତ୍ର ଛାତ୍ରୀ ଙ୍କୁ ବିସିଜେଡି ତରଫରୁ କଲମ ବଣ୍ଟନ କରାଯାଇଥିଲା।