ଆବଶ୍ୟକତା ପଡିଲେ ଆମେ ସମସ୍ତେ ଜଣେ ଜଣଙ୍କୁ ପଇସା ଉଦ୍ଧାର ଦେଇ ସାହାଯ୍ୟ କରିଥାଉ l କିନ୍ତୁ ଆପଣ କଣ କେବେ ଭାବିଛନ୍ତି ଉଦ୍ଧାର ଦେବା ସମୟରେ କରାଯାଇଥିବା କିଛିଟା ଭୁଲ ଆପଣଙ୍କୁ କାଙ୍ଗାଳ କରିପାରେ l ଆପଣଙ୍କର ଗୋଟିଏ ଛୋଟ ଭୁଲ କାରଣରୁ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ପାରନ୍ତି l ଆସନ୍ତୁ ଜାଣିବା କେଉଁସବୁ ନିୟମକୁ ଧ୍ୟାନ ଦେବା ଜରୁରୀ l
– ଆପଣ ଯେବେବି କାହାକୁ ପଇସା ଧାର ଦେଉଛନ୍ତି ତେବେ ପ୍ରଥମ କଥା ଧ୍ୟାନ ରଖିବା ଜରୁରୀ ଯେ ଆପଣ ଦୈନନ୍ଦିନ ଖର୍ଚ୍ଚ ପାଇଁ ରଖୁଥିବା ପଇସା ରୁ କାହାରିକୁ ଉଦ୍ଧାର ଆକାରରେ ଦିଅନ୍ତୁ ନାହିଁ l ଏହାଦ୍ୱାରା ଉଦ୍ଧାର ଦେଇଥିବା ପଇସା ଆପଣଙ୍କ ନିକଟକୁ ଫେରିବାରେ ଡେରି ହୋଇପାରେ l
– ଯେବେବି ଆପଣ ପଇସା ଉଦ୍ଧାର ଦେଉଛନ୍ତି ତେବେ ଧ୍ୟାନ ରଖିବା ଜରୁରୀ ଯେ ଯେଉଁ ଆଲମାରୀ ରୁ ପଇସା କାଢୁଛନ୍ତି ତାର ମୁଖ ଉତର ଦିଗକୁ ରହିଥିବା ଜରୁରୀ l ଏହାଦ୍ୱାରା ଉଦ୍ଧାର ପଇସା ପାଇବାରେ ସହଜ ହୋଇଥାଏ l
– ଉଦ୍ଧାର ଦେବା ସମୟରେ ନିଜ ମୁଖ କଦାପି ଦକ୍ଷିଣ ଦିଗକୁ କରି ଦିଅନ୍ତୁ ନାହିଁ, ସର୍ବଦା ଉତର ଦିଗକୁ ମୁଖ କରି ପଇସା ଉଦ୍ଧାର ଦେବା ଜରୁରୀ l
– ପୂଜା ସ୍ଥାନ ରେ ରଖିଥିବା ପଇସାରୁ କଦାପି କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ l ଯଦି ଆପଣ ଏଭଳି କରୁଛନ୍ତି ତେବେ ଏହାଦ୍ୱାରା ସମୁଖରେ ଥିବା ବ୍ୟକ୍ତିର ଅସୁବିଧା ହୋଇଥାଏ l ଏହାଦ୍ୱାରା ଆପଣ ଙ୍କର ମଧ୍ୟ ପଇସାର ଅସୁବିଧା ହୋଇଥାଏ l
– ଯେତେବେଳେ ଆପଣ ଯାହାକୁବି ପଇସା ଦେଉଛନ୍ତି, ଗୋଟିଏ କଥା ଧ୍ୟାନ ରଖନ୍ତୁ ତାକୁ ଆପଣ ଡାହାଣ ହାତରେ ପଇସା ଦେବେ l କାହିଁକିନା ବାମ ହାତରେ ଦେଇଥିବା ପଇସା କଦାପି ଫେରି ନଥାଏ l
– କଦାପି ଅପରିଷ୍କାର ହାତରେ ପକ୍ଷକୁ ପଇସା ଉଦ୍ଧାର ଆକାରରେ ଦିଅନ୍ତୁ ନାହିଁ l କାହିଁକି ପଇସା ହେଲା ମାଲକ୍ଷ୍ମୀ ଙ୍କ ରୂପ ତେଣୁ ଏହାକୁ ଅପରିଷ୍କାର ହାତରେ କାହାକୁ ଦେବା ଦ୍ୱାରା ତାହା ଆଉ ଫେରି ନଥାଏ l
– ଗୋଟିଏ ବିଶେଷ କଥା ଜାଣି ରଖନ୍ତୁ, ଯେତେବେଳେ ପଇସା ଉଧାର ନେଇଥିବା ବ୍ୟକ୍ତି ଆପଣଙ୍କୁ ପଇସା ଫେରାଇବାକୁ ଚାହେଁ ସେତେବେଳେ ତା ନିକଟରୁ ୨ହାତରେ ଅତି ଆଦର ସହକାରେ ପଇସା ଅଣାନ୍ତୁ l