Odisha news

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ।

0
ନୂଆପଡା ୨୦/୧୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପୁଲିସ  ପଡ଼ିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍‌ଘାଟିତ ହୋଇଯାଇଛି।ଜିଲ୍ଲାପାଳ ହେମାକାନ୍ତ ସାଏ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ନିମନ୍ତେ କରାଯାଇଥିବା ଯୋଜନା ଲୋକମାନଙ୍କର ଆୟକୁ ଦ୍ବିଗୁଣିତ କରିବ ଏବଂ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଅତିଥି ମାନେ  କହିଥିଲେ। ସମ୍ମାନିତ ଅତିଥ୍‌ ଭାବେ ନୂଆପଡା ଏସପି ରାଘବେନ୍ଦ୍ର ଗୁଣ୍ଡଳ ରେଡି   ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ପାଳନକୁ ବ୍ୟବସାୟ ଭିଭିରେ ଗ୍ରହଣ କରି  ବେକାରୀ ସମସ୍ୟାକୁ ଦୂର କରାଯାଇପାରିବ ବୋଲି କହିଥିଲେ।  ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରାତପ ସିଂ  ମାଝୀ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ପାଳନ କରି ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଥିଲେ ।
। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ସେଠ  ସ୍ବାଗତ ଭାଷଣ ଦେଇଥିଲେ।ନୂଆପଡା  ଜିଲ୍ଲାପାଳ ହମାକାନ୍ତ ସାଏ ଉପସ୍ଥିତ ରହି  ସଭାପତିତ୍ବ କରିଥିଲେ। ମେଳାରେ ବିଶେଷ ଆକର୍ଷଣ ସ୍ବରୂପ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରାଣୀଙ୍କ ପ୍ରଦର୍ଶନୀ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ 14 ଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ଏଥିସହ  ଜିଲ୍ଲାସ୍ତରୀୟ ଗୋ-ସମ୍ବଦ୍ଧନା ସପ୍ତାହ ପାଳନ ଅବସରରେ ଗୋ-ପୂଜା କାର୍ଯ୍ୟକ୍ରମ ଓ ଗୋ ଉତ୍ସବ ହୋଇଥିଲା। ପ୍ରାଣୀ ପାଳନ  କରୁଥିବା 4 ଜଣ  ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ସଫଳ ଚାଷୀ ଙ୍କୁ ନେଇ ସମ୍ମାନିତ କରାଯଇଥିଲା ସେହିପରି କୁକୁଡ଼ା ଚାଷ ଭାବେ ସଫଳ ଚାଷୀ ହେଲେ କୋମନା  ବ୍ଲକର ହରିକେଶ ଜାଲ ଏବଂ ସନ୍ତୋଷ ବିଶ୍ଵଳ ଙ୍କୁ ସମ୍ମାନିତ କରାଯଇଥିଳା  ସେହିପରି    ନୂଆପଡା ବ୍ଲକ ର ଛେଲି ଚାଷକ୍ଷେତ୍ର ରେ  ପ୍ରେମ ଲାଲନାୟକ ଏବଂ    ମାଛଚାଷ କ୍ଷେତ୍ରରେ    ସିନାପାଲି ବ୍ଲକ ହୀରାଲାଲ ସା ଙ୍କୁ  ସମ୍ମାନିତ କରାଯାଇଥିଲା। ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ  ଦୁଗ୍ଧ ଉଦ୍ୟୋଗ ପ୍ରତିଷ୍ଠା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏଥିରେ  ମତ୍ସ୍ୟ ଓ ପଶୁ ପଶୁ ପାଳକ ଅଂଶଗ୍ରହଣ କରିଥିଲେ।
ଦ୍ବିତୀୟ ଅଧୂବେଶନରେ ଚାଷୀ ବିଶେଷଜ୍ଞଙ୍କ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରର ପ୍ରାପ୍ତ  ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବାସୁଦେବ ସୁନାନୀ (ମାନିଗୁଡା)   ଯୋଗ ଦେଇ ପଶୁ ପାଳନ ପ୍ରଣାଳିରେ ବିଷାଦ ଭାବେ ଆଲୋକ ପାତ କରିଥିଲେ  ଜିଲାରେ  ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା, ସରକାରୀ ସହାୟତା ତଥା ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡାର ଉପାଦେୟତା ବିଷୟରେ ବିଭାଗୀୟ ବେଶେଜ୍ଞ – ତା ସାରଦା ପ୍ରସାଦ ସିଂବରିହା, ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ (ଏଲ.ପି.), ତା କିଶୋର କୁମାର ସାହୁ, ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ, ଓ ତା କୃଷ୍ଣଚନ୍ଦ୍ର ମଲିକ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସିନାପାଲି- ମାନଙ୍କ ଦ୍ଵାରା ବିଶଦ ଆଲୋଚନା ତଥା ଚାଷୀ ମାନଙ୍କ ସହ ମତ ବିନିମୟ । ନୂଆପଡ଼ା,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ସାରଦା ପ୍ରସାଦସିଂ ବରିହା, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର କିଶୋର କୁମାର ସାହୁ, ଡେପୁଟି ଡ଼ାଇରେକ୍ଟର ଡ଼ା କେ ପାର୍ଥସାରଥୀ ଦୋରା, ନୂଆପଡ଼ା ପ୍ରାଣୀ ଚିକିତ୍ସକ ଡ଼ା ସତ୍ୟ ରଂଜନ ବାରିକ, ରଂଜନମୟୀ ଶବର, ଏଲଆଇ ବବଲୁ ଖାନ, ମିଟୁ ମଟାରୀ, ସଞ୍ଜୟ କାଣ୍ଡ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Leave A Reply