Odisha news

ନୂଆପଡ଼ା ଜିଲ୍ଲାସ୍ତରୀୟ  ମେହେର ସମାଜ କାର୍ଯ୍ଯକାରିଣୀ ବୈଠକ

0
ନୂଆପଡ଼ା ୧୯/୧୧- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ମେହେର (ଭୁଲିଆ) ସମାଜର ଜିଲ୍ଲାସ୍ତରୀୟ କାର୍ଯ୍ଯକାରିଣୀ ବୈଠକ ରବିବାର ସ୍ଥାନୀୟ ଆନନ୍ଦ ଭବନ ଠାରେ ଜିଲ୍ଲା ତଥା ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ବୈଶମ୍ପାୟନ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମ୍ଯ କମିଟିରୁ ଶତାଧିକ କର୍ମକର୍ତ୍ତା ଓ ଯୁବ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ସମାଜର ଉପଦେଷ୍ଟା ଡମ୍ବରୁଧର ମେହେର, ରାହାସ ବିହାରୀ  ମେହେର, ପୂର୍ଣ୍ଣ ଚନ୍ଦ୍ର ମେହେର ସମେତ ରାଜ୍ଯ ସଂପାଦକ ନବୀନ ଚନ୍ଦ୍ର ମେହେର, ଜିଲ୍ଲା ସାଧାରଣ ସଂପାଦକ ସୁରେଶ୍ୱର ମେହେର, ସିନାପାଲି ଗ୍ରାମ୍ଯ କମିଟି ସଭାପତି ଟେଣୋ ମେହେର ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ନୀଳାଚଳ ମେହେର ଅତିଥି ମାନଙ୍କୁ ମଞ୍ଚ କୁ ଆମନ୍ତ୍ରଣ କରିବା ପରେ ମେହେର ସମାଜର ଗୌରବ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜଳନ କରାଯାଇଥିଲା । ଏହାପରେ ସିନାପାଲି ଗ୍ରାମ୍ଯ କମିଟିର ସଭାପତି ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଜିଲ୍ଲା ସାଧାରଣ ସଂପାଦକ ସଭାର ଉଦ୍ଦେଶ୍ଯ ଉପସ୍ଥାପନା କରିଥିଲେ । ବୈଠକରେ ଆଗାମୀ ଜାନୁଆରୀରେ ବରଗଡ଼ ଜିଲ୍ଲା ବରପାଲିରେ ହେବାକୁ ଥିବା କବି ଗଙ୍ଗାଧରଙ୍କ ଶ୍ରାଦ୍ଧ ଶତବାର୍ଷିକୀ, ନୂଆପଡ଼ା ଜିଲ୍ଲା ବାର୍ଷିକ ଅଧିବେଶନ, ଜିଲ୍ଲା ଯୁବାମଞ୍ଚ ଗଠନ ଆଦି ବିଷୟରେ ବିଷଦ ଆଲୋଚନା କରାଯାଇଥିଲା   କାର୍ଯ୍ଯକ୍ରମ ଆୟୋଜନରେ ଶିବପ୍ରସାଦ ମେହେର, ବୈଷ୍ଣବ ମେହେର, ହାଡ଼ୁରାମ ମେହେର, ରାମକୄଷ୍ଣ ମେହେର, ଆଲୋକ ମେହେର, ଶଙ୍କର ମେହେର, ଜଗନ୍ଯ ମେହେର, ସାନୁର୍ଯ୍ଯ ମେହେର ପ୍ରମୁଖଙ୍କ ସହ ସିନାପାଲି ଗ୍ରାମ୍ଯ କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ । ସଭା ଶେଷରେ ଜିଲ୍ଲା ସଂପାଦକ ରୂପେଶ ଚନ୍ଦ୍ର ମେହେର ଧନ୍ଯବାଦ ଦେଇଥିଲେ ।
Govt
Leave A Reply