ଭଞ୍ଜନଗର -ଆଜି ଭଞ୍ଜନଗରବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ପାନୀୟ ଜଳ ପ୍ରକଳ୍ପ ଏବଂ ବିଜୁ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ଓ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଓଡ଼ିଶାର ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ | ପ୍ରଥମେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ଉଦଘାଟନ ଉତ୍ସବରେ ଯୋଗ ଦେବାପରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମହାଗୁଡା ରୁ ସରପଡା ଯିବା ରାସ୍ତାରେ ଲୋହରାଖଣ୍ଡି ନଦୀ ପ୍ରବାହିତ ହେଉଛି ବର୍ଷା ଦିନ ଆସିଲେ ଉଭୟ ଦୁଇ ଗ୍ରାମର ଗ୍ରାମବାସୀ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ୍ନ ହେଉଥିଲେ ଆଜି ମନ୍ତ୍ରୀ ଶ୍ରୀ ଆରୁଖ ଏହି ଶୁଭ ଉଦଘାଟନ ଉତ୍ସବ ଅବସରରେ ଯୋଗ ଦେଇ ବିଜୁ ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି | ଏହାପରେ ଗୁଣ୍ଡୁରୀବାଡି ପଞ୍ଚାୟତର ଗୋହିରିବାଡ଼ୀ ଠାରୁ ଭାୟା ଚାଞ୍ଚରାସାହି, ମିନିଆରି, ସାତଘରିଆ ଦେଇ ଗୁଣ୍ଡୁରୀବାଡି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ଏହି ରାସ୍ତା ନିର୍ମାଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ସେହିଭଳି ଖଣ୍ଡିକୋଟି ଗ୍ରାମରେ ଗ୍ରାମ୍ୟ ପାଇପ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ | ଏହାପରେ ଲାଲସିଂ ଗ୍ରାମ ଛେଦାଭୂମିଠାରେ ଦୁଇଟି ଅଙ୍ଗନାୱାଡି କେନ୍ଦ୍ର ଉଦଘାଟନ କରିବା ସହ ରାଜାକୁଣ୍ଡ ଗ୍ରାମରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ନିର୍ମିତ 62 ଲକ୍ଷ 64ହଜାର ଟଙ୍କାର ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିଥିଲେ ଏଥିରେ ଗ୍ରାମର ପ୍ରାୟ 329 ଘର ପାଇପ ଯୋଗେ ପାନୀୟ ଜଳ ପାଇପାରିଛନ୍ତି | ଏଥିସହ ରାଜାକୁଣ୍ଡ ଗ୍ରାମରେ ଏକ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି | ଆଜିର ଏହି ଉଦଘାଟନ ରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ହୋଇଯାଇଛି ଯାହାକି ଗ୍ରାମରେ ରହିଥିବା ପାନୀୟଜଳ ର ସମସ୍ୟା ଦୂରୀକରଣ ହେବାସହ ଘରେ ଘରେ ପାନୀୟଜଳ ପହଞ୍ଚିପାରିଛି ଏଥିସହ ବର୍ତ୍ତମାନ ସମୟରେ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରୁଥିବା ବେଳେ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ଗ୍ରାମର ବିକାଶ ବଢ଼ିବାରେ ଲାଗିଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି | ବିଜେଡି ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ , ଜିଲ୍ଲା ଉପସଭାପତି ରାଜକିଶୋର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଉପାଧ୍ୟାକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ସରପଞ୍ଚ ଶିବରାମ ସାହୁ, ଯୁବ ସଂଗଠକ ବିଷ୍ନୁଚରଣ ପ୍ରଧାନଙ୍କ ସମେତ ବହୁ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଉପସ୍ଥିତ ଥିଲେ |