Odisha news

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି

ସଂଦିଗ୍ଧ ଲୋକଙ୍କ ଉପରକୁ ଗୁଳି ଚଳାଇଲେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ

0

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି ।  ତାଙ୍କ ସୁରକ୍ଷା ବଳୟକୁ ତିନିଜଣ ସଂଦିଗ୍ଧ ବ୍ୟକ୍ତି ଭାଙ୍ଗିବା ପରେ ସେମାନଙ୍କ ଉପରକୁ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ମାନେ ଗୁଳି ଚଳାଇଥିଲେ ।

ଘଟଣାଟି ରବିବାର ରାତିରେ ଜର୍ଜଟାଉନଠାରେ ଘଟିଥିଲା । ୩ ଜଣ ସଂଦିଗ୍ଧ ବ୍ୟକ୍ତି ନାଓମିଙ୍କ କାରକେଡରେ ଯାଉଥିବା ଏକ ଗାଡ଼ି ନିକଟକୁ ଯାଇ ତାହାର ଝରକା କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହା ଦେଖି ନାଓମିଙ୍କ ସୁରକ୍ଷାରେ ନିୟୋଜିତ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ  ଉକ୍ତ ବ୍ୟକ୍ତିମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ମାତ୍ର ଉକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ପଳାଇବାକୁ ସକ୍ଷମ ହୋଇଥିଲେ । ସେମାନେ ଏକ ଲାଲ କାରରେ ଫେରାର ହୋଇଯାଇଥିଲେ । ସିକ୍ରେଟ୍ ସର୍ଭିସର ସୂଚନା କ୍ରମେ ଜର୍ଜଟାଉନର ମେଟ୍ରୋପଲିଟାନ ପୁଲିସ ଏକ ଲୁକଆଉଟ ସର୍କୁଲାର ଜାରି କରିଛି । ଏ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି । ତେବେ ତଦନ୍ତ ସମ୍ପର୍କରେ ଅଧିକ ବିବରଣୀ ଦେବାକୁ ସିକ୍ରେଟ ସର୍ଭିସ ମନା କରିଦେଇଛି ।

ସୂଚନାଯୋଗ୍ୟ ଯେ ନାଓମି ବାଇଡେନ ପେନସିଲଭାନିଆରେ ଥିବା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ରହନ୍ତି । ୨୦୨୨ରେ ହ୍ବାଇଟ ହାଉସରେ ତାଙ୍କର ବିବାହ ପିଟର ନିଲଙ୍କ ସହ ହୋଇଥିଲା । ସେତେବେଳେ ଏହି ବିବାହ ଚର୍ଚ୍ଚାରେ ରହିଥିଲା ।

Leave A Reply