Odisha news

ବୈଶିଙ୍ଗା ସ୍ଥିତ ହନୁମାନ ମନ୍ଦିରର ରତ୍ନ ମୁଦ ସମାପିତ

0
ବେତନଟୀ : ବହୁ ଦିନ ଧରି ବୈଶିଙ୍ଗା ବଜାର ମଧ୍ୟଭାଗରେ ୧୮ନଂ ଜାତୀୟ ରାଜପଥ  ପାର୍ଶ୍ଵରେ ବିନା ମନ୍ଦିରରେ ଶ୍ରୀ ଶ୍ରୀହନୁମାନ ଙ୍କ ର ବିଗ୍ରହ ପୂଜା ପାଇ ଆସୁଥିଲା । ରାଜପଥ ପ୍ରଶସ୍ତିକରଣ ସମୟରେ କେମିତି ହନୁମାନ ପୂଜା ପାଇବେ ସେଥିପାଇଁ ହନୁମାନ ମନ୍ଦିର କମିଟି ନାମରେ ବିଭିନ୍ନ ବ୍ୟକ୍ତିଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏହାପରେ ସମସ୍ତଙ୍କ ଦାନରେ ଏକ ମନ୍ଦିର ନିର୍ମାଣର ପରିକଳ୍ପନା କରା ଯାଇଥିଲା। ମନ୍ଦିରର ଶୁଭ ନିର୍ଘଣ୍ଟ କରାଯାଇ ଭିତ୍ତି ସ୍ଥାପନ ପରେ ମନ୍ଦିର ନିର୍ମାଣ ଚାଲିଛି। ମନ୍ଦିରର ଚୂଳି ମାରିବା ପାଇଁ ୧୦ ତାରିଖ ଶୁକ୍ରବାର ଦିନ ରତ୍ନ ମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାରି ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ଅମୃତ ବେଳାରେ ରତ୍ନ ମୁଦ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଶହ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ନିକଟରେ ଧାନ ଓ ଅନ୍ୟାନ୍ୟ ଶସ୍ୟାଦି ସହିତ ସୁନା, ରୂପା ଧାତୁ ମଧ୍ୟ ମନ୍ଦିର ଚୂଳିରେ ଦେବା ପାଇଁ ଦାନ କରିଥିଲେ। ସେ ସବୁକୁ ମନ୍ଦିର ଚୂଳିରେ ଢଳା ଯାଇଥିଲା।ଏହି କାର୍ଯ୍ୟକାମ କୁ ସଦାଶିବ ପାଣି, ଗଦାଧର ମଣ୍ଡଳ, ବିଶ୍ଵମ୍ଵର ରାଉତ,ଅଜିତ୍ ସେନାପତି, ରାଜେନ୍ଦ୍ର ବିନ୍ଧାଣୀ, ସତ୍ୟବ୍ରତ ମହାପାତ୍ର, ଶିବାନନ୍ଦ ପୁଥାଳ, ରାକେଶ ଦାସ ଓ ଅନ୍ୟନ୍ୟ ସହଯୋଗୀ ମାନେ ପରିଚାଳନା କରିଥିଲେ।
Leave A Reply